କର୍କଟରୋଗରେ ପୀଡିତ ଅଛନ୍ତି ବିଟ୍ରେନ ରାଜକୁମାରୀ । ଭିଡିଓ ବାର୍ତା ଜାରି କରି ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଲେ କେଟ ମିଡଲଟନ

106

କନକ ବ୍ୟୁରୋ : କର୍କଟ ରୋଗରେ ପୀଡିତ ବ୍ରିଟେନ ରାଜକୁମାରୀ କେଟ ମିଡଲଟନ । ନିଜ ଅସୁସ୍ଥତା ବିଷୟରେ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ରାଜକୁମାର । ୪୨ବର୍ଷ ବୟସର କେଟଙ୍କ ଚିକିତ୍ସା ଚାଲିଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ବର୍ଷ ଆରମ୍ଭରୁ ତାଙ୍କ ଅସୁସ୍ଥତାକୁ ନେଇ ବିଭିନ୍ନ ଖବର ଆସୁଥିବାବେଳେ ଏବେ ଭିଡିଓ ଜାରି କରି ସ୍ପଷ୍ଟ କରିଛନ୍ତି । ଗୋଟେ ବର୍ଷ ହେବ ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ନଦେଖାଯିବା ପରେ ତାଙ୍କ ଅସୁସ୍ଥତା ଖବର ପ୍ରଚାର ହୋଇଥିଲା । ତେବେ କର୍କଟ ରୋଗର ପ୍ରଥମ ଚରଣ ସେ ଅଛନ୍ତି ଓ ତାଙ୍କର କେମୋଥେରାପି ଚାଲିଛି ।ଜାନୁଆରୀ ମାସରେ ତାଙ୍କର ପ୍ରଥମ ଅତ୍ସୋପଚାର କରାଯାଇଥିଲା ।ତେବେ ଗତ ଦୁଇ ମାସ ତାଙ୍କ ପାଇଁ ବେଶ ଆହ୍ୱାନପୂର୍ଣ୍ଣ ଥିଲା ବୋଲି କେଟ ଭିଡିଓରେ କହିଛନ୍ତି । ୨୦୧୧ରେ ବ୍ରିଟେନ ରାଜକୁମାର ୱିଲିୟମଙ୍କୁ ବିବାହ କରିଥିଲେ କେଟ । ଜର୍ଜ, ଚାର୍ଲୋଟ ଓ ଲୁଇସ ନାମରେ ୩ଟି ଶିଶୁପତ୍ର ରହିଛନ୍ତି । ଅନ୍ୟପଟେ କେଟଙ୍କ ଭିଡିଓ ବାର୍ତା ପରେ ତାଙ୍କ ନିକଟକୁ ଆଶୁ ଆରୋଗ୍ୟ କାମନାର ଶୁଭେଚ୍ଛାର ସୁଅ ଛୁଟୁଛି ।