୨୫ଦିନ ପରେ ବି ଅସ୍ଥିର ହିମାଚଳ ପ୍ରଦେଶ କଂଗ୍ରେସର ସ୍ଥିତି । ବିଜେପିରେ ସାମିଲେ ହେଲେ ଅଯୋଗ୍ୟ ଘୋଷିତ ୬ ବିଧାୟକ

95

କନକ ବ୍ୟୁରୋ : ୨୫ଦିନ ପରେ ବି କମ ହୋଇନି ହିମାଚଳପ୍ରଦେଶ କଂଗ୍ରେସର ସମସ୍ୟା । ଅଯୋଗ୍ୟ ଘୋଷିତ ୬ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିିତିରେ ସୁଧୀର ଶର୍ମା, ରବି ଠାକୁର, ରାଜିନ୍ଦର ରାଣା, ଇନ୍ଦର ଦତ ଲଖନପାଲ. ଚୈତନ୍ୟ ଶର୍ମା ଓ ଦେବୀନ୍ଦର କୁମାର ଭୁଟୋ ବିଜେପିରେ ଯୋଗ ଦେଇଛନ୍ତି । ଗତକାଲି ୩ଜଣ ସ୍ୱାଧୀନ ବିଧାୟକ ଆଶିଷ ଶର୍ମା, ହୋସିୟାର ସିଂ ଓ କେଏଲ ଠାକୁର ମଧ୍ୟ ପଦ୍ମ ଧରିଥିଲେ । ତେବେ ଯେଉଁ ୬ଜଣ କଂଗ୍ରେସ ବିଧାୟକ ବିଜେପିର ସାମିଲ ହେଲେ ସେମାନଙ୍କୁ ଗତମାସରେ କଂଗ୍ରେସ ଅଯୋଗ୍ୟ ଘୋଷଣା କରିଥିଲା । ରାଜ୍ୟସଭା ନିର୍ବାଚନରେ ଏମାନେ କ୍ରସ ଭୋଟିଂ କରିଥିବା ଅଭିଯୋଗ ରହିଛି । ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ସପକ୍ଷରେ ଭୋଟ ଦେବା ପରେ ହିମାଚଳ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଥିିଲା