ଗୁଜରାଟର ମୌରବୀରେ ଝୁଲା ପୋଲ ଭାଙ୍ଗିବା ଯୋଗୁ ୯୦ରୁ ଅଧିକ ମୃତ । ମଚ୍ଛୁ ନଦୀ ଭିତରକୁ ଖସପଡିଲେ ୪ ଶହରୁ ଅଧିକ ଲୋକ

192

କନକ ବ୍ୟୁରୋ : ଗୁଜରାଟରେ ମୌରବୀରେ ବଡ ଦୁର୍ଘଟଣା । ଝୁଲା ଫୋଲ ଭୁଶୁଡିଯିବା ଫଳରେ ୪ ଶହରୁ ଅଧିକ ଲୋକ ନଦୀ ଭିତରକୁ ଖସିପଡିଥିବା ଆଶଙ୍କା କରାଯାଉଛି । ଏମାନଙ୍କ ମଧ୍ୟରୁ ଅନେକ ପାଣି ଭିତରେ ବୁଡିଯାଇଛନ୍ତି । ମଚ୍ଛୁ ନଦୀରେ ଏହି ବଡ ଦୁର୍ଘଟଣା ଘଟିଛି । ବର୍ତମାନ ସୁଦ୍ଧା ୯୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ୭୦ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲ ପଠାଯାଇଛି ।
ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟରେ ସେନା ସାମିଲ ହୋଇଛି । ବାୟୁସେନାର ଗରୁଡ଼ କମାଣ୍ଡୋ ବାହିନୀ, ସ୍ଥଳସେନା, ଏନଡିଆରଏଫ୍, ଏସଡିଆରଏଫ୍ ଓ ଜିଲ୍ଲାର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମୃତକଙ୍କ ପରିବାରକୁ ଗୁଜରାଟ ସରକାର ୪ ଲକ୍ଷ ଲେଖାଏଁ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତୀ ନିଜର ସବୁ କାର୍ଯ୍ୟକ୍ରମକୁ ରଦ୍ଦ କରି ଘଟଣାସ୍ଥଳକୁ ଯାଇଛନ୍ତି । ଏହି ଝୁଲା ପୋଲରେ ଛଟ ପର୍ବ ପାଳନ ପାଇଁ ଲୋକେ ଜମା ହୋଇଥିଲେ । ଏହି ସମୟରେ ହଠାତ୍ ପୋଲଟି ଭୁଶୁଡିଯାଇଥିଲା । ଏହି ଝୁଲା ପୋଲଟି ୩ ଦିନ ତଳେ ଲୋକଙ୍କ ପାଇଁ ଖୋଲାଯାଇଥିଲା । ଘଟଣାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବାବଦରେ କଥା ହୋଇଛନ୍ତି । ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।