ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ଜୁନ୍ ୪ ତାରିଖରେ ଛୁଇଁବ କେରଳ, ଓଡିଶାକୁ ଆସିବାରେ ମଧ୍ୟ ହେବ ବିଳମ୍ବ ।

944

କନକ ବ୍ୟୁରୋ: ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ସ୍ୱାଭାବିକ ସମୟ ଜୁନ୍ ୧ ପରିବର୍ତ୍ତର୍, ସାମାନ୍ୟ ବିଳମ୍ବରେ ମୌସୁମୀ କେରଳ ଛୁଇଁବ । ଜୁନ୍ ୪ ତାରିଖରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ସେହି ଅନୁସାରେ ଓଡିଶାକୁ ମଧ୍ୟ ବିଳମ୍ବରେ ମୌସୁମୀ ପହଁଚିବ । ବିଳମ୍ବରେ ମୌସୁମୀ ଆସିଲେ, ଏହାର ପ୍ରଭାବ ଚାଷକାର୍ଯ୍ୟ ଉପରେ ପଡିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଆହୁରି ୫ ଦିନ କଲବଲ କରିବ ଗ୍ରୀଷ୍ଣ ପ୍ରଭାବ । ଏହାକୁ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଛି । ହେଲେ ଆଦ୍ରତା ଅଧିକ ଥିବାରୁ ପୁରୀ, ବାଲେଶ୍ୱର, ପାରାଦୀପ, ଗୋପାଳପୁର ଓ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ୪୨ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଦ୍ରତା ୨୨ ପ୍ରତିଶତ ରହିଛି । ସମ୍ବଲପୁରରେ ୩୯.୨ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଦ୍ରତା ୩୯ ପ୍ରତିଶତ ରହିଛି ।

ସେହିପରି କେନ୍ଦୁଝରରେ ୩୭.୬ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଦ୍ରତା ୫୦ ପ୍ରତିଶତ ରହିଛି । ହୀରାକୁଦରେ ୩୭.୪ ଡ୍ରିଗ୍ରୀ ତାପମାତ୍ର୍ରା ରେକର୍ଡ ହୋଇଥିବା ବେଳେ ଆଦ୍ରତା ୪୩ ପ୍ରତିଶତ ରହିଛି । ଅନ୍ୟପଟେ ଚାନ୍ଦବାଲିରେ ୩୬.୬ ଡିଗ୍ରୀ ତାପମାତ୍ରା, ଆଦ୍ରତା ୬୬ ପ୍ରତିଶତ, ଭୁବନେଶ୍ୱରରେ ତାପମାତ୍ରା ୩୫.୬ ଡିଗ୍ରୀ ତାପମାତ୍ରା, ଆଦ୍ରତା ୫୯ ପ୍ରତିଶତ, ଗୋପାଳପୁରରେ ୩୫ ଡିଗ୍ରୀ ତାପମାତ୍ରା ଆଦ୍ରତା ୭୪ ପ୍ରତିଶତ, ପାରାଦୀପରେ ତାପମାତ୍ରା ୩୪ ଡିଗ୍ରୀ ଆଦ୍ରତା ୭୧ ପ୍ରତିଶତ, ବାଲେଶ୍ୱରରେ ତାପମାତ୍ରା ୩୧.୮ ଡିଗ୍ରୀ, ଆଦ୍ରତା ୭୯ ପ୍ରତିଶତ ରହିଛି । ପୁରୀରେ ୩୩.୨ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଦ୍ରତା ୮୩ ପ୍ରତିଶତ ରହିଛି ବୋଲି ସୂଚନା ମିଳିଛି ।