ବରଗଡ ସରସରା ହତ୍ୟା ଘଟଣା । ୮ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି । ଖୁବଶୀଘ୍ର ହତ୍ୟାକାରୀ ଗିରଫ ହେବ ନେଇ କହିଲେ ପୋଲିସ ।

229

କନକବ୍ୟୁରୋ: ବରଗଡ଼ ହତ୍ୟା ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ । ୮ ଜଣଙ୍କୁ ଅଟକ ରଖି ସଦର ପୁଲିସର ପଚରାଊଚରା । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସର ଚଢାଉ ଜାରି । ସଦର ଥାନାରେ ସମ୍ବଲପୁର ଆରଡିସି ପହଂଚି ଥାନା ଅଧିକାରୀଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି । ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛି ପୁଲିସ । ନିର୍ବାଚନ ଚାଲିଥିବା ସମୟରେ ଗତକାଲି ବରଗଡ଼ରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ।

ସଦର ଥାନା ସରସରା ଗାଁରେ ଅଟୋ ଡ୍ରାଇଭର ବିଶ୍ୱନାଥ ମିର୍ଦ୍ଧାଙ୍କୁ ଭୁଜାଲିରେ ହାଣି ହତ୍ୟା କରିଥିଲେ ଦୁର୍ବୃତ । ଭୋଟରଙ୍କୁ ଅଟୋରେ ମତଦାନ କେନ୍ଦ୍ରକୁ ନେଉଥିବା ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିବା ସହ ବିଶ୍ୱନାଥଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଗାଁରେ ପହଁଚି ସ୍ଥିତି ସମୀକ୍ଷା କରିଥିଲେ ଆଇଜି ହିମାଂଶୁ ଲାଲ ଓ ବରଗଡ଼ ଏସ୍ପି ପ୍ରହଲ୍ଲାଦ ସାଇ ମିନା ।