ରେଳ କର୍ମଚାରୀଙ୍କ କେନ୍ଦ୍ର ସରକାରଙ୍କ ଦିପାବଳୀ ଉପହାର, ଜାଣନ୍ତୁ କେତେ ମିଳିବ ବୋନସ

306

କନକ ବ୍ୟୁରୋ : ଦିପାବଳୀ ଉପଲକ୍ଷେ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ବଡ ଉପହାର ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ଦେବାକୁ ଯାଉଛନ୍ତି ।

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ମୋଟ ୧୮୩୨.୦୯ କୋଟି ଟଙ୍କାର ବୋନସ ଦେବେ । ଗତବର୍ଷ ବି କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ହିସାବରେ ବୋନସ ଦେଇଥିଲେ । ଆଜି ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି କେନ୍ଦ୍ରସରକାରଙ୍କ ଏହି ଘୋଷଣା ଫଳରେ ୧୧.୨୭ ଲକ୍ଷ ରେଳ କର୍ମଚାରୀ ଲାଭ ପାଇବେ ।

କେବଳ ସେତିକି ନୁହେଁ ଆଜିର ଏହି ବୈଠକରେ ତୈଳ ବିତରଣ କମ୍ପାନୀଙ୍କୁ ୨୨ ହଜାର କୋଟି ଟଙ୍କାର ଏକକାଳୀନ ଗ୍ରାଣ୍ଟ ଦିଆଯାଇଛି । ଏହା ଦ୍ୱାରା ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଘରୋଇ ଏଲପିଜିର ଦାମ ବଢିଲେ ବି ଘରୋଇ ବଜାରରେ ଏହାର ଦାମ ସ୍ଥିର ରଖିବାରୁ କମ୍ପାନୀମାନଙ୍କର ହେଉଥିବା କ୍ଷତି ଭରଣା କରାଯାଇ ପାରିବ ।