ବାୟୁସେନାରୁ ଅବସର ନେବ ମିଗ-୨୧, ଏହି ସ୍ୱାର୍ଡନରେ ସାମିଲ ଥିଲେ କ୍ୟାପଟେନ ଅଭିନନ୍ଦନ ।

118

କନକ ବ୍ୟୁରୋ: ଭାରତୀୟ ବାୟୁସେନାରେ ସାମିଲ ମିଗ-୨୧ ଅନେକ ସମୟ ଧରି ସେବା ଯୋଗାଇଆସୁଛି । ଏହି ବିମାନ ଉଡନ୍ତା କଫିନ ଭାବେ ବେଶ ପରିଚିତ । ଏହା କହିବା ପଛରେ ମଧ୍ୟ ଅନେକ କାରଣ ରହିଛି । ଅନେକ ଥର ଏହା ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅନେକ ଯବାନ ମଧ୍ୟ ଜୀବନ ହରାଇଛନ୍ତି । ଭାରତୀୟ ବାସୁସେନା ସେପ୍ଟେମ୍ବର ୩୦ ତାରିଖରେ ପୁରୁଣା ମିଗ-୨୧ ଯୁଦ୍ଧ ବିମାନର ଶେଷ ୪ ସ୍ୱାର୍ଡନ ମଧ୍ୟରୁ ଗୋଟିଏକୁ ଅବସର ଦେବାକୁ ଯାଉଛି । ଶ୍ରୀନଗରରେ ଏହି ମାମଲା ସହ ଜଡିତ ଅଧିକାରୀ କହିଛନ୍ତି, ୫୧ ନଂ ସ୍ୱାର୍ଡନକୁ ସ୍ୱାର୍ଡଆର୍ମ୍ସ ଭାବେ ସମସ୍ତେ ଜାଣିଛନ୍ତି । କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନ ଏହି ଟିମର ସଦସ୍ୟ ଥିଲେ । ୨୦୧୯ ସେପ୍ଟେମ୍ବର ୨୭ରେ ଅଭିନନ୍ଦନ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ଏଫ-୧୬ ବିମାନକୁ ଖସାଇବା ପରେ ପାକିସ୍ତାନ ସୀମାରେ ପ୍ରବେଶ କରିଯାଇଥିଲେ । ପରେ ସେ ଭାରତ ଫେରିଥିଲେ । ତାଙ୍କ ସାହାସିକତା ପାଇଁ ସେ ବୀରଚକ୍ରରେ ସମ୍ମାନିତ ହୋଇଥିଲେ ।

ଭାରତୀୟ ବାୟୁସେନାର ମିରାଜ-୨୦୦୦, ୨୦୧୯ ଫେବ୍ରୁଆରୀ ୨୬ରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ବୋମାମାଡ କରିଥିଲା । ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଆତଙ୍କୀ କ୍ୟାମ୍ପଙ୍କୁ ନଷ୍ଟ କରିଦେଇଥିଲା । ଏହି ଆକ୍ରମଣ କାଶ୍ମୀରର ପୁଲୱାମାରେ ଆତ୍ମଘାତୀ ଆକ୍ରମଣର ପ୍ରତିଶୋଧରେ କରାଯାଇଥିଲା । ଫେବ୍ରୁଆରୀ ୧୪ରେ ହୋଇଥିବା ଏହି ଘଟଣାରେ ସିଆରପିଏଫର ୪୦ଯବାନ ସହିଦ ହୋଇଥିଲେ । ସେନାର ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ ତିନ ମିଗ-୨୧ରେ ସ୍ୱାର୍ଡନକୁ ୨୦୨୫ ମଧ୍ୟରେ ଗୋଟିଏ ଗୋଟିଏ କରି ଅବସର ଦିଆଯିବ ।