ନବ ଦାସଙ୍କ ଦ୍ୱାଦଶାହ : ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 

95

କନକ ବ୍ୟୁରୋ : ଆଜି ନବ ଦାସଙ୍କ ଦ୍ୱାଦଶାହ । ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆରେ ଆୟୋଜିତ ଏହି ଶୋକ ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭାସ୍ଥଳିରେ ପରିବାର ଲୋକେ ଉପସ୍ଥିତ ଥିବା ବେଳେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ନବ ଦାସଙ୍କ ପତ୍ନୀ, ପୁଅ ଓ ଝିଅ ସେଠାରେ ଉପସ୍ଥିତ ଅଛନ୍ତି । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି । ପ୍ରାୟ ୨୦ ପ୍ଲାଟୁନ ଫୋର୍ସ ଏଥିପାଇଁ ମୁତୟନ ହୋଇଛନ୍ତି । ସରବାହାଲ ହାଇସ୍କୁଲ ପଡିଆରେ ନବ ଦାସଙ୍କ ଦ୍ୱାଦଶାହରେ ବିଜେଡି ବରିଷ୍ଠ ନେତା ମନ୍ତ୍ରୀ ସାମିଲ ହୋଇଛନ୍ତି । ଅନ୍ୟପଟେ ଏହି ସଭାରେ ଝାରସୁଗୁଡା, ସମ୍ବଲପୁର ସହ ଆଖପାଖ ଅଞ୍ଚଳର ବହୁ ଲୋକ ଯୋଗ ଦେଇଛନ୍ତି ।