ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ : ସିସିଟିଭିରେ କଏଦ ହେଲା ଲୁଟ ବେଳର ଦୃଶ୍ୟ

145

କନକ ବ୍ୟୁରୋ : ଭୁବନେଶ୍ୱରରେ ମୁଖା ପିନ୍ଧା ଯୁବକଙ୍କ ଆତଙ୍କରାଜ । ସାମ୍ନାକୁ ଆସିଲା ଲୁଟ ବେଳର ସିସିଟିଭି ଭିଜୁଆଲ । କଳା ପଲସରରେ ଆସିଲେ ଆଉ ଝାମ୍ପିନେଲେ ସୁନାଚେନ । ପିଲାଙ୍କୁ ଟ୍ୟୁସନ ନେବାବେଳେ ମହିଳାଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ । ପଳାସପଲ୍ଲୀ ଲେନ-୨ରେ ମୁଖା ପିନ୍ଧି ଚେନ ଝାମ୍ପି ନେଇଛନ୍ତି ଯୁବକ । ଚେନର ଓଜନ ପ୍ରାୟ ୨୦ ଗ୍ରାମ ବୋଲି ଜଣାପଡିଛି । ଏ ନେଇ ଏୟାରପୋର୍ଟ ଥାନାରେ ଏତଲା ଦିଆଯାଇଛି । ଖବର ପାଇ ପୁଲିସ ଛାନଭିନ ଆରମ୍ଭ କରିଛି ।