ଅର୍ଚ୍ଚନାଙ୍କ ମୋବାଇଲର ଖୋଳତାଡ଼ କରିବ ଇଡି : ମିଳିପାରେ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ

113

କନକ ବ୍ୟୁରୋ : ଅର୍ଚ୍ଚନା ନାଗଙ୍କ ମୋବାଇଲ୍ର ଖୋଳତାଡ କରିବ ଇଡି । ତଦନ୍ତ ବେଳେ ଖଣ୍ଡଗିରି ପୋଲିସ ଜବତ କରିଥିବା ଅର୍ଚ୍ଚନାଙ୍କ ମୋବାଇଲ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରିବା ବେଳେ ଖଣ୍ଡଗିରି ପୋଲିସ ତାଙ୍କଠାରୁ ତିନିଟି ମୋବାଇଲ୍ ଜବତ କରିଥିଲା । ଯାଂଚ ପାଇଁ ମୋବାଇଲ ଗୁଡ଼ିକୁ ଏସ୍ଏଫଏସଏଲରେ ଦାଖଲ କରାଯାଇଥିଲା ।

ଇଡି ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ବେଳେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲରେ ଅନେକ ତଥ୍ୟ ଥିବା ଜଣାପଡ଼ିଥିଲା । ଏହି ତିନିଟି ମୋବାଇଲର ତଦନ୍ତ କରିବା ପାଇଁ ଗତ ଜାନୁଆରୀ ୧୧ ତାରିଖରେ ପିଏମଏଲଏ କୋର୍ଟରେ ପିଟିସନ୍ ଦାଖଲ କରିଥିଲା । ଏବେ କୋର୍ଟ ମୋବାଇଲ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସଡିଜେଏମ୍ କୋର୍ଟରେ ମୋବାଇଲ ଦାଖଲ ପରେ ଇଡି ମୋବାଇଲ ଗୁଡ଼ିକୁ କୋଲକାତା ସ୍ଥିତ ସିଏଫଏସଏଲକୁ ପଠାଇବ । ସେଥିରୁ ଅନେକ ଗୁମର ଖୋଲିବା ନେଇ ଆଶାବାଦୀ ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।