ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସୃଷ୍ଟିି ହେବ ନୂଆ ଇତିହାସ । ପ୍ରଥମଥର ବିଶ୍ୱମଂଚରେ ଭାଗ ନେବେ ୨ଜଣ କିନ୍ନର

111

କନକ ବ୍ୟୁରୋ : ନଭେମ୍ବର ୧୮ରେ । ଆମେରିକା ସାନ ସାଲଭାଦରରେ ଆୟୋଜିତ ହେବ ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା । ପ୍ରତିଥର ପରି ଏଥରକ ମଂଚରେ କିିଛି ନୂଆ ହେବାକୁ ଯାଉଛି । ଯାହା ଇତିହାସ ରଚିବ । କାରଣ ପ୍ରଥମ ଥର ପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଦୁଇଜଣ କିନ୍ନର ପ୍ରତିଯୋଗୀ । ୨୮ବର୍ଷୀୟା ଏୟାର ହୋଷ୍ଟେଜ ମାରିନା ମଚେଟ୍ ମିସ୍ ପର୍ତ୍ତୃଗାଲ ମୁକୁଟ ପିନ୍ଧିବା ପରେ ଏଭଳି ଖବର ସାମ୍ନାକୁ ଆସିଛି । ମାରିନା କିନ୍ନର ଭାବେ ନିଜ ଦେଶରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜିତିବାରେ ସକ୍ଷମ ହୋଇଛନ୍ତି । ଏହା ପୂର୍ବରୁ ଡଚ୍ ମଡେଲ ରିକ୍କି କୋଲେ ମଧ୍ୟ ମିସ୍ ନେଦରଲ୍ୟାଣ୍ଡ ମୁକୁଟ ପିନ୍ଧିଥିଲେ । ଉଭୟ ମାରିନା ରିକ୍କି ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାମିଲ ହେବାକୁ ଯାଉଥିବା ବେଳେ ନୂଆ ଇତିହାସ ସୃଷ୍ଟି ହୋଇଛି । ଦୁଇଜଣଙ୍କ ମଧ୍ୟରୁ କେହି ବି ପ୍ରତିଯୋଗିତାରେ ଜିତିଲେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧବାରେ କିନ୍ନରଭାବେ ମାନ୍ୟତା ପାଇବେ ।…ଆସନ୍ତୁ ନଜର ପକାଇବା କିଏ ଏହି ଦୁଇ ପ୍ରତିଯୋଗୀ

ମାରିନା ମଚେଟ
୨୮ବର୍ଷୀୟା ମାରିନା ଜଣେ ଏୟାର ହେଷ୍ଟେଜ । ମାରିନା କହିଛନ୍ତି ଜଣେ ତୃତୀୟଲିଙ୍ଗୀ ହୋଇଥିବା କାରଣରୁ ନିଜର ଦୈନନ୍ଦିନ ଜୀବନରେ ବାଧାବିଘ୍ନ ଓ ସଂଘର୍ଷର ସାମ୍ନା କରିବାକୁ ପଡିଛି । ପରିବାର ଓ ବନ୍ଧୁଙ୍କ ସମର୍ଥନ ମିଳିବାରୁ ଆଜି ନୂଆ ଇତିହାସ ରଚିବାକୁ ମୌକା ପାଇଛି ।

ରିକ୍କି କୋଲେ
ରିକ୍କି କୋଲେ ୨୦୨୩ ମିସ ନେଦରଲ୍ୟାଣ୍ଡର ବିଜେତା । ସମାଜରେ ତୃତୀୟ ଲିଙ୍ଗୀଙ୍କ ପ୍ରତି ଥିବା ଭେଦଭାବ ଦୂର ପାଇଁ ଅଭିଯାନ ଆରମ୍ଭ କରିଥିଲେ । ସେମାନଙ୍କୁ ମୌଳିକ ଅଧିକାର ପ୍ରଦାନ ହିଁ ତାଙ୍କ ଜୀବନର ଗୋଟିଏ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ପୃଥିବୀର ବଛା ବଛା ସୁନ୍ଦରୀଙ୍କୁ ନେଇ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ତେବେ ଚଳିତଥର ଏହି ପ୍ରତିଯୋଗିତାରେ ଦୁଇ କିନ୍ନର ଯୋଗାଦାନ ବିଶ୍ୱକୁ ନୂଆ ବାର୍ତ୍ତା ଦେବ ବୋଲି ଆଶା ରହିଛି ।…