ବଢିଲା ବିଧାୟକ ବିଜୟଶଙ୍କରଙ୍କ ଅଡୁଆ । ହାଇକୋର୍ଟରେ ମିସ କେଶ ଫାଇଲ କଲେ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ

184

କନକ ବ୍ୟୁରୋ : ବଢିଲା ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । ହାଇକୋର୍ଟରେ ମିସ କେଶ ଫାଇଲ କରିଛନ୍ତି ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ । କଟକ ସବରେଜିଷ୍ଟ୍ରାର କୋର୍ଟରେ ବିବାହ ଆବେଦନ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ସୋମାଲିକା । ଅନ୍ୟ ଜଣେ ମହିଳାଙ୍କ ସହ ବିବାହ ପାଇଁ ବିଜୟଶଙ୍କର କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି । ଆଉ ଏହା ବିରୋଧରେ ହାଇକୋର୍ଟ ଯାଇଛନ୍ତି ସୋମାଲିକା । ତିର୍ତୋଲ ବିଧାୟକ ବିଜୟଶଙ୍କର ଦାସ ଗତ ବର୍ଷ ଜଗତସିଂହପୁର ସବ ରେଜିଷ୍ଟ୍ରାର ଅଫିସରେ ସୋମାଲିକା ଦାଶଙ୍କ ସହ ବିବାହ ପାଇଁ ଆବେଦନ କରିଥିଲେ । ହେଲେ ବିବାହ ଦିନ ଆସିନଥିଲେ ବିଧାୟକ । ପରେ ଜୟଶଙ୍କର ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିଲେ ସୋମାଲିକା । ଏହି ମାମଲାରେ ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ଅନ୍ୟ ଜଣେ ମହିଳାଙ୍କ ସହ ବିବାହ ପାଇଁ ବିଜୟଶଙ୍କର କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ ଉପରେ ଆପତ୍ତି ଉଠାଇଛନ୍ତି ସୋମାଲିକା ।