ପରିବାର କଳିର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ପକାଇଲା ସ୍ୱାମୀ

261

କନକ ବ୍ୟୁରୋ: କୋରାପୁୁଟ ଲକ୍ଷ୍ମୀପୁର ବ୍ଲକର କାକିରିଗୁମ୍ମା ଗାଁରୁ ଆସିଛି ବିଭତ୍ସ ହତ୍ୟାକାଣ୍ଡର ଘଟଣା । ସ୍ୱାମୀ ସାଜିଲା ପିଶାଚ । ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିବା ସହ ପାଇଖାନା ଟାଙ୍କିରେ ଶବ ଲୁଚାଇ ରଖିଥିଲା । ପ୍ରାୟ ୪ମାସ ପରେ ଗଳିତ ଶବ ପାଇଖାନା ଟାଙ୍କିରୁ ଜବତ କରାଯାଇଛି ।

ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରାଯାଇଛି । ତେବେ ହତ୍ୟାର କାରଣ କ’ଣ? କିଭଳି ପାଇଖାନାରେ ଶବକୁ ଲୁଚାଇରଖିଥିଲା ସେସବୁ ଘଟଣାକୁ ପୋଲିସ ଆଗରେ କହିଛି ଅଭିଯୁକ୍ତ ସ୍ୱାମୀ । ଜେରା ସମୟରେ ସବୁ ସତକଥା କହିଛି ଅଭିଯୁକ୍ତ ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଦଶରଥପୁର ପୁଲିସ ଅଟକ ରଖିଛି ।