ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା । ଯୁବପିଢ଼ୀଙ୍କ ଆତ୍ମହତ୍ୟା ମାମଲାରେ ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା

90

କନକ ବ୍ୟୁରୋ: ଓଡ଼ିଶାରେ ବଢ଼ୁଛି ଆତ୍ମହତ୍ୟାଜନିତ ମୃତ୍ୟୁ ମାମଲା । ଯୁବପିଢ଼ୀଙ୍କ ଆତ୍ମହତ୍ୟା ମାମଲାରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଜାତୀୟ ଆତ୍ମହତ୍ୟା ହାର ୧୨ ଥିବାବେଳେ ଓଡ଼ିଶାର ହାର ୧୨.୫ ରହିଛି ।

ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ଟ୍ୱିନ ସିଟି କଟକ ଭୁବନେଶ୍ୱରରେ ୨୨୬ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି । ତେବେ ଏହି ଆତ୍ମହତ୍ୟା ମୃତ୍ୟୁ ମାମଲାରେବିଚାରପତି,ଅଭିନେତା,ମହିଳା,ଇଂଜିନିୟର ,ଗୃହିଣୀ, ଛାତ୍ରୀ ଅଛନ୍ତି । ମାମଲା ବଢୁଥିବାରୁ ଅଧିକ ସଚେତନତା ଆବଶ୍ୟକତା ରହିଛି । ପୋଲିସ ଭବନ ଠାରେ ହେଉ୍ଥିବା ସୁଇସାଇଡ଼ ସମ୍ପର୍କିତ ସେମିନାରରେ ଯୋଗ ଦେଇ ବରିଷ୍ଠ ପୋଲିସ ଅଧିକାରୀ ସୈାମେନ୍ଦ୍ର ପ୍ରିୟଦର୍ଶୀ ଏହା କହିଛନ୍ତି ।

ପୋଲିସ ସେବା ଭବନରେ ସୁଇସାଇଡ଼ ଆଣ୍ଡ ଲ’ ଏନଫୋର୍ସମେଂଟ ସମ୍ପର୍କିତ ଲେକଚର ସିରିଜ ଅନୁଷ୍ଠିତ ହୋଇଛି । ଏହି ସେମିନାରରେ ଓଡ଼ିଶାର ହେଉଥିବା ଆତ୍ମହତ୍ୟାର ନିରାକରଣ ଦିଗ ସମ୍ପର୍କରେ ମନସ୍ତତ୍ୱବିତ ପ୍ରଫେସର ସୈାମିତ୍ର ପଠାରେ ନିଜ ମତାମତ ରଖିଛନ୍ତି । ରାଜଧାନୀରେ ଏବଂ ଏହାର ଆଖପାଖ ଅଂଚଳରେ କ୍ରମାଗତ ଭାବେ ବୃଦ୍ଧି ହେଉଥିବା ଆତ୍ମହତ୍ୟା ଜନସାଧାରଣଙ୍କ ମନରେ କ ନକରାତ୍ମବ ଭାବନା ସୃଷ୍ଟି କରୁଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୋଲିସ ଡ଼ିଜିପି ସୁନୀଲ ବଂଶଲ ,ପୋଲିସ କମିଶନର ସୈାମିନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ଆଦି ଯୋଗ ଦେଇଥିଲେ ।