ଅର୍ଥନୀତି ବଜାରରେ ଯୁଦ୍ଧର ବଡ ପ୍ରଭାବ: ବଢ଼ୁଛି ସୁନା ଦର, ଅଶୋଧିତ ତୈଳ ଦର ବୃଦ୍ଧି ନେଇ ବଢିଲା ସମ୍ଭାବନା

257

କନକ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସାରା ପୃଥିବୀକୁ ଅସ୍ଥିର କରିଛି । ଇସ୍ରାଏଲ ପାଲେଷ୍ଟାଇନ ଉପରେ ଘନ ଘନ ଆକ୍ରମଣ କରୁଛି । ଆଉ ଯୁଦ୍ଧ ତୀବ୍ରତର ହେଉଛି । ଆଉ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଲେ ଏହାର ପ୍ରଭାବ ଭାରତ ସମେତ ସାରା ପୃଥିବୀ ଉପରେ ପଡିବା ସମ୍ଭାବାନା ରହିଛି ? ବିଶେଷ କରି ଏବେ ସୁନା ଓ ତୈଳ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣିି ।

ଭାରତ ଉପରେ ପ୍ରଭାବ ପକାଉଛି ଯୁଦ୍ଧ
ଦରଦାମ ବୃଦ୍ଧିର ଭୟ ଭିତରେ ବଢ଼ୁଛି ସୁନା ଦର
ଚିନ୍ତ ବଢ଼ାଉଛି ତୈଳ ଦର ବୃଦ୍ଧି ସମ୍ଭାବନା

ସୁନା ଦର ଉପରେ ପଡ଼ିଛି ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧର ପ୍ରଭାବ । ଲଗାତର ବଢି ଚାଲିଛି ସୁନା ଦର । ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧୮୫୭ ଟଙ୍କା ବଢିଛି । କେବଳ ସୁନା ନୁହେଁ ରୂପା ଦର ମଧ୍ୟ ୨୬୩୬ ଟଙ୍କା ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ୭ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି । ଗୋଟିଏ ସପ୍ତାହରେ ସୁନା ୩୫ ପ୍ରତିଶତ ବୃଦ୍ଧି ପାଇଁ ଆଉନ୍ସ ପିଛା ଦର ୫୫ ହଜାର ୩୮୫ ଟଙ୍କାରେ ପହଂଚିଛି । କେବଳ ସୁନା ନୁହେଁ ତେଲ ଦର ମଧ୍ୟ ଲଗାତର ଭାବେ ଉପରମୁହାଁ ହୋଇଛି । ଆଜି ଅଶୋଧିତ ତୈଳ ଦର ଆହୁରି ବଢିବା ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୧ ଡଲାର ରହିଛି ।

ଯୁଦ୍ଧର ପ୍ରଭାବ, ବଢ଼ୁଛି ସୁନା ଦର
– ୬ ଅକ୍ଟୋବର ପରଠାରୁ ସୁନା ଦର ଲଗାତର ବୃ୍ଦ୍ଧି ପାଉଛି
– ୫୬ ହଜାର ୫୩୯ ଟଙ୍କାରୁ ବୃଦ୍ଧି ପାଇ ୫୮ ହଜାର ୩୬୯ ଟଙ୍କା ଛୁଇଁଲାଣି
– ଶୁକ୍ରବାର ୧୦ ଗ୍ରାମ ପିଛା ସୁନା ଦର ୫୯ ହଜାର ୪୧୫ ଟଙ୍କାରେ ବନ୍ଦ ହୋଇଛି
– ୬ ଅକ୍ଟୋବରରେ ରୁପା ଦର ୬୭ ହଜାର ୯୫ ଟଙ୍କ ଥିଲା
– ୧୪ ତାରିଖ ବେଳକୁ ଦର ୬୯ ହଜାର ୭୩୧ ଟଙ୍କା ହୋଇଛି
– ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ସୁନା ଦରରେ ବୃଦ୍ଧି ଦେଖାଯାଇଥିଲା
– ୭ ମାର୍ଚ୍ଚ ୨୦୨୨ରେ ସୁନା ଦର ୧୦ ଗ୍ରାମ ପିଛା ୧ ହଜାର ଟଙ୍କା ବଢିଥିଲା

ଭିଓ-ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଅଧିକ ଦିନ ଜାରି ରହିଲେ ଏହା ଭାରତ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ । ଭାରତୀୟ ଅର୍ଥନୀତି ପ୍ରଭାବିତ ହେବ । ବିଶେଷଜ୍ଞଙ୍କ କହିବା ଅନୁସାରେ,
-ଭାରତର ସେୟାର ଓ କ୍ୟାପିଟାଲ ମାର୍କେଟ ଉପରେ ପ୍ରଭାବ
-ତୈଳ ଦର ବଢିବା ସମ୍ଭାବନା, ମୁଦ୍ରାସ୍ପୀତି ଉପରେ ପ୍ରଭାବ
-ସୁନାଦର ଓ ଅଧିକାଂଶ ଜିନିଷର ଦାମ ବି ବଢିବା ସମ୍ଭାବନା
-ରପ୍ତାନୀ ପ୍ରଭାବିତ ହେବ ଓ ଆମଦାନୀ ମହଙ୍ଗା ହେବ

ବର୍ତମାନ ଦୀର୍ଘଦିନ ଧରି ଋଷ-ୟୁକ୍ରେନ ଯୁଦ୍ଧ ସରିନାହିଁ । ଆଉ ଏଭଳି ସ୍ଥିତିରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମସ୍ତଙ୍କୁ ଏକ ଅସ୍ଥିରତା ଭିତରକୁ ଠେଲିଦେଇଛି ।