କାଲିଠୁ ପୁଣି ବଢିବ ଗ୍ୟାସ୍ ଦର! ସାଧାରଣ ଲୋକଙ୍କ ବଢିବ ଖର୍ଚ୍ଚ

823

କନକ ବ୍ୟୁରୋ : ମହଙ୍ଗା ଉପରେ ମହଙ୍ଗା ମାଡ । ପେସି ହେଉଛିନ୍ତି ସାଧାରଣ ଲୋକେ । ଲଗାତାର ଗ୍ୟାସ ଦର ବଢିଚାଲିଛି । ଗତ କିଛି ଦିନ ତଳେ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ଆସନ୍ତା କାଲିଠୁ ପୁଣି ଗ୍ୟାସ ଦର ବଢିପାରେ ବୋଲି ସୂଚନାରୁ ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ପ୍ରତିମାସ ପହିଲାରେ ଏଲପିଜି ମୂଲ୍ୟ ନିର୍ଦ୍ଦାରିତ କରାଯାଇଆସୁଛି । ସେହି ହିସାବରେ ଆସନ୍ତା କାଲି ଗ୍ୟାସ ଦରରେ ବୃଦ୍ଧି ଘଟିପାରେ । ଗ୍ୟାସ ଦର ବୃଦ୍ଧିର ଆଉ ଏକ ବଡ କାରଣ ହେଉଛି, ଅନ୍ତରାଷ୍ଟ୍ରୀୟ ବଜାରରେ ଗ୍ୟାସ୍ ଦର ଲଗାତାର ବୃଦ୍ଧି ହେବାରେ ଲାଗିଛି । ତେଣୁ ପୁଣି ରୋସେଇ ଗ୍ୟାସ୍ ଦର ବୃଦ୍ଧି ପାଇବାର ଆଶଂକା ଦେଖାଦେଇଛି ।
ତେବେ ଏଠାରେ କହିରଖୁଛୁକି, ମେ’ ମାସରେ ଦୁଇଥର ବଢିସାରିଛି ଗ୍ୟାସ୍ ଦର । ମେ ମାସ ୭ତାରିଖରେ ୧୪.୨ କିଲୋଗ୍ରାମ୍ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ଅଚାନକ ୫୦ ଟଙ୍କାକୁ ବୃଦ୍ଧି କରିଦିଆଗଲା । ଯାହାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢିଯାଇଥିବା ବେଳେ, ମେ ମାସ ୧୯ ତାରିଖରେ ତେଲ କମ୍ପାନୀଗୁଡିକ ଗ୍ୟାସ୍ ଦର ୩.୫୦ ପଇସା ବଦ୍ଧି କରିଥିଲେ । ଆଉ ଏବେ ପୁଣି ଗ୍ୟାସ୍ ଦର ବୃଦ୍ଧି ହେବାକୁ ଯାଉଛି ।