ବାରବାଟୀ ମ୍ୟାଚ ପାଇଁ କାଲିଠୁ ଅନଲାଇନ ଟିକେଟ: ଜାଣନ୍ତୁ, କେମିତି କେଉଁଠି କରିବେ ବୁକିଂ?

303

କନକ ବ୍ୟୁରୋ: ସଜେଇ ହେଉଛି ବାରବାଟୀ ଷ୍ଟାଡିୟମ୍ । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ କାଲିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ୍ ବିକ୍ରି । ପେଟିଏମ୍ ଇନସାଇଡର ଆପ୍, ପେଟିଏମ୍ ଆପରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ ଦର୍ଶକ । ଜୁନ୍ ୧ ପୂର୍ବାହ୍ନ ୧୧ଟାରୁ ଅନଲାଇନରେ ୫ ହଜାର ଟିକେଟ୍ ବିକ୍ରି କରାଯିବ । ପରିଚୟ ପତ୍ର ଦେଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ ବୁକ୍ କରିପାରିବେ ।

-ପେଟିଏମ୍ ଇନସାଇଡର ଆପ୍, ପେଟିଏମ୍ ଆପ୍ ଏବଂ ଙ୍ଗଙ୍ଗଙ୍ଗ.ସଦ୍ଭଗ୍ଦସୟରକ୍ସ.ସଦ୍ଭ ୱେବସାଇଟରେ ଅନଲାଇନ୍ ଟିକେଟ୍ ବୁକ୍ କରିହେବ
-ଜୁନ୍ ୧ ପୂର୍ବାହ୍ନ ୧୧ଟାରୁ ଉପଲବ୍ଧ ହେବ ଟିକେଟ୍
-ଅନଲାଇନରେ ୫ ହଜାର ଟିକେଟ୍ ବିକ୍ରି କରାଯିବ
-କେବଳ ଗ୍ୟାଲେରୀ ନଂ. ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ ପାଇଁ ଟିକେଟ୍ ଉପଲବ୍ଧ ହେବ
-ପରିଚୟ ପତ୍ର ଦେଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ ବୁକ୍ କରିପାରିବେ
-ଜୁନ୍ ୯, ୧୦ରେ କାଉଣ୍ଟରରେ ମିଳିବ ଟିକେଟ୍
-ବାରବାଟୀରେ ଦର୍ଶକ କ୍ଷମତା ୪୪ ହଜାରରୁ ଅଧିକ ରହିଛି