ବଢ଼ୁଛି ଇଣ୍ଡିଆ ମେଂଟର ସମସ୍ୟା । ଏକାକୀ ଲଢ଼ିବା ନେଇ ନ୍ୟାଶନାଲ କନଫେରେନ୍ସର ଘୋଷଣା, ଏନଡିଏରେ ଯୋଗଦେବା ନେଇ ଚର୍ଚ୍ଚା

582

କନକ ବ୍ୟୁରୋ : ଇଣ୍ଡିଆ ମେଂଟକୁ ଆଉ ଏକ ଝଟକା । ହାତ ଛାଡ଼ିଲେ ଫାରୁକ୍ ଅବଦୁଲଲା । ଜମ୍ମୁ କାଶ୍ମୀରରେ ତାଙ୍କ ଦଳ “ନ୍ୟାସନାଲ କନଫରେନ୍ସ” ଏକା ନିର୍ବାଚନ ଳଢ଼ିବା ନେଇ ସ୍ପଷ୍ଟ କରିଛନ୍ତି ଫାରୁକ୍ । ଜମ୍ମୁ କାଶ୍ମୀରରେ ଲୋକସଭା ଓ ବିଧାନସଭା ର୍ନିବାଚନ ଏକାଠି ହେବାର ସମ୍ଭାବନା ଥିବା ବେଳେ ଦଳ କାହା ସହ ଆସନ ବୁଝାମଣା କରିବ ନାହିଁ ବୋଲି ସେ କହିଛନ୍ତି । ଭବିଷ୍ୟତରେ ଏନଡିଏ ସହ ମେଂଟର ସମ୍ଭାବନା ନେଇ ମଧ୍ୟ ସେ ଇସାରା ଦେଇଛନ୍ତି । ତେବେ ଏହା ର୍ପୂବରୁ ନୀତିଶ କୁମାର, ଅରବିନ୍ଦ କେଜରିୱାଲ ଓ ମମତା ବାନାର୍ଜି ଇଣ୍ଡିଆ ମେଂଟ ସହ ସମ୍ପର୍କ ତୁଟାଇଥିଲେ । ଏବେ ଫାରୁକ୍ ଅବଦ୍ଦୁଲାଙ୍କ ଏକା ନିର୍ବାଚନ ଲଢ଼ିବା ଘୋଷଣା ମେଂଟରେ ଥିବା ଫାଟକୁ ସ୍ପଷ୍ଟ କରିଛି ।