ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ଟି-୨୦ ବିଶ୍ୱକପର ନେତୃତ୍ୱ ନେବେ ହିଟମ୍ୟାନ । ରୋହିତ ଶର୍ମା ଅଧିିନାୟକ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ

823

କନକ ବ୍ୟୁରୋ : ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଛେଦ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଖେଳିବ ଭାରତ । ପାଣ୍ଡ୍ୟା-ରୋହିତ ବିବାଦ ଭିତରେ ବିସିସିଆଇ ସଚିବ ଜୟ ଶାହ ଏହି ଘୋଷଣା କରିଛନ୍ତି । ଜୁନ ୧ରୁ ଆରମ୍ଭ ହେବ ଟି-୨୦ କ୍ରିକେଟ୍ ବିଶ୍ୱକପ ମହାକୁମ୍ଭ । ଆଉ ରୋହିତଙ୍କ ନେତୃତ୍ୱରେ ହିଁ ଭାରତ ବିଶ୍ୱକପ ଖେଳିବ ଏକଥା ସ୍ପଷ୍ଟ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି ଉପ ଅଧିନାୟକ ଦାୟିତ୍ୱ । ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମର ନାମ ପରିବର୍ତନ କାର୍ଯ୍ୟକ୍ରମରେ ଏକଥା କହିଛନ୍ତି ଜୟ ଶାହ । ୨୦୨୩ ଦିନିକିଆ ବିଶ୍ୱକପ ହାରିଥିଲେ ବି ଲଗାତାର ୧୦ଟି ମ୍ୟାଚ୍ ଜିତି ଦୃଦୟ ଜିତିଥିଲେ ଭାରତୀୟ ଖେଳାଳି । ଏବେ ପୂର୍ବ ପରାଜୟକୁ ଭୁଲି ଟି-୨୦ ବିଶ୍ୱକପ ମୁକୁଟ ହାତେଇବାକୁ ପ୍ରସ୍ତୁତ ଦଳ ।

ଟି-୨୦ ବିଶ୍ୱକପ’ରେ ମୁଖ୍ୟ କୋଚଭାବେ ରାହୁଲ ଦ୍ରାବିଡ ଦାୟିତ୍ୱ ବଜାୟ ରଖିବେ । ତେବେ—
‘ଟି-୨୦ ବିଶ୍ୱକପ’ର କ୍ୟାପଟେନ୍ ରୋହିତ

-ଜୁନ୧ ରୁ ୨୯ ଯାଏ ଚାଲିିବ ଟି-୨୦ ବିଶ୍ୱକପ
-ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ସମସ୍ତ ମ୍ୟାଚ୍
-ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ ଭାରତ
-ଜୁନ ୯ରେ ପାକିସ୍ତାନ ଓ ୧୫ରେ କାନାଡ଼ାକୁ ଭେଟିବ
-୨୦ଟି ଦଳ ମଧ୍ୟରେ ହେବ ଲଢ଼େଇ
-୪ଟି ଗ୍ରୁପ୍ରେ ଖେଳାଯିବ ଲିଗ୍ ମ୍ୟାଚ୍
-ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ଖେଳିବେ ସୁପର-୮ ମ୍ୟାଚ୍
-ସୁପର-୮ରେ ୪ଟି ଦଳକୁ ନେଇ ୨ଟି ଗ୍ରୁପ କରାଯିବ
-ପ୍ରତି ଗ୍ରୁପରୁ ଶ୍ରେଷ୍ଠ ଦୁଇଟି ଟିମ୍ ଖେଳିବେ ସେମିଫାଇନାଲ୍

ତେବେ ଜୁନ ୨୯ରେ ବାରବଡୋସରେ ଖେଳାଯିବାକୁ ଥିବା ଫାଇନାଲରେ ତ୍ରିରଙ୍ଗା ଉଡ଼ାଇବା ଆଶାରେ ଅଛନ୍ତି ଦେଶବାସୀ ।