ସମ୍ବଲପୁର ଭଳି ସୁନ୍ଦରଗଡରେ ବି ତେଜିଲା ଓକିଲଙ୍କ ପ୍ରତିବାଦ । ଖୁବଶିଘ୍ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ

82

କନକ ବ୍ୟୁରୋ : ସମ୍ବଲପୁର ଭଳି ସୁନ୍ଦରଗଡରେ ବି ଓକିଲଙ୍କ ପ୍ରତିବାଦ ଜାରି । ସୁନ୍ଦରଗଡ କୋର୍ଟ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଗୋଟିଏ ପଟେ ସୁପ୍ରିମକୋର୍ଟ ଓକିଲଙ୍କ ଉପରେ କଟକଣା ଲଗାଇଥିଲେ । ଆନ୍ଦୋଳନ କଲେ ଲାଇସେନ୍ସ ବାତିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହେଲେ ସମସ୍ତ ନିର୍ଦ୍ଦେଶକୁ ବେଖାତିର କରି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲମାନେ । ଖୁବଶିଘ୍ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ, ଆଜି ରଣକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓକିଲ -ପୁଲିସ । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ମାନେ ଆରମ୍ଭ କରିଦେଇଛନ୍ତି ଆନ୍ଦୋଳନ । ଛକରେ ଜୋରଦାର ଠେଲାପେଲା ସହ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତା ଧସ୍ତି ହୋଇଛି । ଚଳିତଥର ଆନ୍ଦୋଳନରେ ଓକିଲ ମାନଙ୍କ ସମର୍ଥନରେ ସାମିଲ ହୋଇଛନ୍ତି ବିଭିନ୍ନ ସଙ୍ଗଠନ । ତା ସହିତ ସମର୍ଥନ ଜଣାଇ ଆନ୍ଦୋଳନ କରିଛନ୍ତି କିନ୍ନର ସଂଘ । ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାର ଦେଇଛନ୍ତି ଚେତାବନୀ ।