ପଦ୍ମପୁରର ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ବାଚସ୍ପତି ।

148

କନକ ବ୍ୟୁରୋ : ପଦ୍ମପୁରର ନୂଆ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ବିଧାନସଭାରେ ବାଚସ୍ପତି ବର୍ଷାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ବିଜେଡିର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାୟିକା ଭାବେ ଶପଥ ନେଇଛନ୍ତି ବର୍ଷା ।

ପଦ୍ମପୁର ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ପୁରୋହିତଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାଜିତ କରି ନୂଆ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପଦ୍ମପୁର । ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁରରେ ଉପ-ନିର୍ବାଚନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ବିଜେଡି ବିଜୟଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଥିଲା । ସେହିଭଳି ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ମୈଦାନକୁ ଓହ୍ଲାଇଥିଲା ।