ଓଡିଶାର କଟକ ଲୋକସଭାର ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ସବୁଠୁ ଧନୀ । ଚମ୍ପୁଆ ବିଜେଡି ବିଧାୟକ ସନା ମହାକୁଡଙ୍କ ସମ୍ପତି ୧୫୨ କୋଟି

4,000

କନକ ବ୍ୟୁରୋ : ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ସଂତୃପ୍ତ ମିଶ୍ର । ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ଏଚ୍.ଆର୍ ମୁଖ୍ୟ ହେଉଛନ୍ତି ସଂତୃପ୍ତ । ଯିଏକି ଏବେ କଟକ ଆସନରୁ ବିଜେଡି ଟିକେଟରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ମେ ୩ ତାରିଖରେ ସଂତୃପ୍ତ ମିଶ୍ର ପ୍ରାୟ ୪୬୧ କୋଟି ଟଙ୍କାର ସମ୍ପତି ଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ଆଦିତ୍ୟ ବିର୍ଲା ଗ୍ରୁପ୍ ଛାଡିବା ପରେ ସେ ଫେବ୍ରୁଆରି ମାସରେ ବିଜେଡିରେ ଯୋଗ ଦେଇଥିଲେ । ଶୁକ୍ରବାର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠରେ ସଂତୃପ୍ତ ମିଶ୍ର ଦର୍ଶାଇଛନ୍ତି ଯେ ତାଙ୍କ ପାଖରେ ୫୩ କୋଟି ଟଙ୍କାର ଅସ୍ଥାବର ସଂପତି ଓ ୪୦୮ କୋଟି ଟଙ୍କାର ସ୍ଥାବର ସଂପତି ରହିଛି । ୨୦୨୧-୨୨ ଓ ୨୦୨୨-୨୩ ବର୍ଷପାଇଁ ତାଙ୍କ ଆଇଟିଆରରୁ ତାଙ୍କ ଆୟ ଯଥାକ୍ରମେ ୭୬.୨୩ କୋଟି ଓ ୬୬.୨୧ କୋଟି ଟଙ୍କା ଥିଲା । ସଂତୃପ୍ତ କହିଛନ୍ତି ଯେ ତାଙ୍କ ପାଖରେ ପ୍ରାୟ ୪ କୋଟି ଟଙ୍କା ବ୍ୟାଙ୍କ ଜମା ରହିଛି, ଯେଉଁଥିରୁ ୧୦୦ ପାଉଣ୍ଡ ବା ୧୦,୫୨୧ ଟଙ୍କା ଲଣ୍ଡନର ଏକ ବ୍ୟାଙ୍କରେ ରହିଛି ।

ସେହିପରି ବିଜେଡିର ଚମ୍ପୁଆର ବିଧାୟକ ପ୍ରାର୍ଥୀ ସନା ମହାକୁଡ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କର ୧୫୨ କୋଟି ଟଙ୍କାର ସମ୍ପତି ଥିବା ଘୋଷଣା କରିଛନ୍ତି । ସେଥିମଧ୍ୟରୁ ୧୨୧ କୋଟି ଟଙ୍କା ପରିବହନ ସାମଗ୍ରୀର ଆନୁମାନିକ ମୂଲ୍ୟ । ୨୦୧୪ରେ ଚମ୍ପୁଆରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ସେତେବେଳେ ତାଙ୍କ ପାଖରେ ପାଖାପାଖି ୫୧ କୋଟି ଟଙ୍କାର ସଂପତି ଥିଲା ।