ଜମ୍ମୁକାଶ୍ମୀର ଆତଙ୍କୀ ଆକ୍ରମଣକୁ ନେଇ ରାଜନୀତି । ନିର୍ବାଚନୀ ଷ୍ଟଂଟ କହି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ।

186

କନକବ୍ୟୁରୋ :ପୁଞ୍ଛରେ ଆତଙ୍କବାଦୀ ହମଲାକୁ ନେଇ ରାଜନୀତି ତେଜିଛ । ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ବୟାନ ବିବାଦକୁ ବଢାଇ ଦେଇଛି । ଦେଶରେ ଲୋକସଭା ନିର୍ବାଚନ ସମୟରେ ପୁଞ୍ଛରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ବିଜେପିକୁ ଜିତାଇବାକୁ ଏହା ଏକ ଷ୍ଟଂଟବାଜି । ପ୍ରକୃତରେ ଆତଙ୍କବାଦୀ ଆକ୍ରମଣ ହେଉ ନାହିଁ । ୨୦୧୯ ନିର୍ବାଚନ ସମୟରେ ମଧ୍ୟ ଏଭଳି ଷ୍ଟଂଟ ଖେଳାଗଲା ଓ ବିଜେପି ଜିତାଇବା କାମ କରାଗଲା ।

ଲୋକଙ୍କୁ ହତ୍ୟା କରି ଶବକୁ ନେଇ ରାଜନୀତି କରିବା ବିଜେପିକୁ ଭଲଭାବେ ଜଣା ବୋଲି କହିଛନ୍ତି ଚନ୍ନି । ସେପଟେ ଆକ୍ରମଣକୁ ବିଜେପିର ଷଡଯନ୍ତ୍ର କହିଛନ୍ତି ଆରଜେଡି ନେତା ତେଜପ୍ରତାପ ଯାଦବ । ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ବିବାଦୀୟ ବୟାନକୁ କଡା ନିନ୍ଦା କରି ପାଲଟା ଜବାବ ଦେଇଛି ବିଜେପି । କେନ୍ଦ୍ର୍ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏହା କଂଗ୍ରେସର ଦେବାଳିଆ ମାନସିକତାକୁ ଦର୍ଶାଉଛି ।

ଏଭଳି ବୟାନ ଦେଇ ଆତଙ୍କବାଦ ବିରୋଧରେ ଲଢୁଥିବା ଭାରତୀୟ ସେନାଙ୍କ ମନୋବଳକୁ କଂଗ୍ରେସ ଦୁର୍ବଳ କରୁଥିବା ଅଭିଯୋଗ ଆଣିଛନ୍ତି ରବିଶଙ୍କର ପ୍ରସାଦ ଶୁକ୍ରବାର ସଂଧ୍ୟାରେ ବାୟୁସେନାର ଗାଡି ଉପରକୁ ଆକ୍ରମଣ କରିଥିଲେ ଆତଙ୍କୀ । ଗୁଳିମାଡ଼ରେ ଜଣେ ଯବାନ ସହିଦ ହେବା ସହ ୫ଜଣ ଗମ୍ଭୀରଭାବେ ଆହତ ହୋଇଥିଲେ । ପୁଂଛର ଘଂଚ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ସହେନ୍ଦରେ ଜଳ, ସ୍ଥଳ, ଆକାଶ ସବୁଠି ଚାଲିଛି ସର୍ଚ୍ଚ ଅପରେସନ । ସେପଟେ ସ୍କେଚ ଜାରି କରାଯାଇଛି ଆତଙ୍କୀଙ୍କୁ ମୁଣ୍ଡପିଛା ୨୦ଲକ୍ଷ ଟଙ୍କା ଇନାମ ରାଶି ଘୋଷଣା କରାଯାଇଛି ।