କାଲି ପଡିବ ତୃତୀୟ ପର୍ଯ୍ୟାୟ ଭୋଟ । ହେବ ହେଭିୱେଟଙ୍କ ଭାଗ୍ୟପରୀକ୍ଷା । ୧୨ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୯୪ଆସନରେ ପଡିବ ଭୋଟ ।

166

କନକବ୍ୟୁରୋ :ମଙ୍ଗଳବାର ହେବ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ । ଏକାଧିକ ପ୍ରମୁଖ ରାଜନେତା ନିଜ ନିର୍ବାଚନୀ ଭାଗ୍ୟ ପରୀକ୍ଷା କରିବେ । ଗୃହମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାୱାରଙ୍କ ଝିଅ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ତୃତୀୟ ପର୍ଯ୍ୟାରେ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ।

ଚଳିତ ନିର୍ବାଚନର ଅନ୍ୟତମ ହାଇପ୍ରୋଫାଇଲ ଆସନ ହେଉଛି ଗାନ୍ଧୀନଗର । ୧୯୮୯ଠୁ ଏହା ବିଜେପିର ପାରମ୍ପରିକ ଗଡ଼ ଭାବେ ରହିଆସିଛି । ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀଙ୍କ ରାଜନୈତିକ ସନ୍ନ୍ୟାସ ପରେ ଏହି ଆସନରୁ ଲଢ଼ି ଆସୁଛନ୍ତି ଅମିତ ଶାହା । କଂଗ୍ରେସର ବରିଷ୍ଠ ନେତା ସୋନାଲ ପଟେଲ ଓ ଅମିତ ଶାହାଙ୍କ ମଧ୍ୟରେ ହେବ ଗାନ୍ଧୀନଗର ଲଢ଼େଇ
ମଧ୍ୟପ୍ରଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିସାରିଥିବା ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ନିଜ ପାରମ୍ପାରିକ ଆସନ ବିଦିସାରୁ ଏଥରକ ନିର୍ବାଚନ ଲଢ଼ୁଛନ୍ତି ।

ରେକର୍ଡସ୍ତରରେ ଏହି ଆସନରୁ ୫ଥ ବିଜୟୀ ହୋଇଛନ୍ତି । ପୁଣି ଥରେ ଭାଗ୍ୟ ପରୀକ୍ଷା ଦେବେ । କଂଗ୍ରେସର ପ୍ରତାପଭାନୁ ଶର୍ମା ଓ ଶିବରାଜଙ୍କ ମୁକାବିଲା ହେବ । ମହାରାଷ୍ଟ୍ରର ଚର୍ଚ୍ଚିତ ଆସନ ବାରାମତିରେ ଏଥରକ ରୋଚକ ଲଢ଼େଇ ଦେଖିବାକୁ ମିଳିବ । କାରଣ ଏହି ଆସନରେ ହେବ ପରିବାର ଲଢ଼େଇ । ଏନସିପି ଶରଦ ଗୋଷ୍ଠୀର ସୁପ୍ରିୟା ସୁଲେଙ୍କ ବନାମ ଅଜିତ ପାୱାର ଗୋଷ୍ଠୀର ସୁନେତ୍ରା ମଧ୍ୟରେ ଟକ୍କର ହେବ ।

ଦୀର୍ଘବର୍ଷ ଧରି ଶରଦ ପ।।ୱାରଙ୍କ ଏହା ପାରମ୍ପରିକ ଆସନ ଥିଲା କିନ୍ତୁ ଦଳ ଦୁଇଭାଗ ହେବା ପରେ ବାରାମତିରେ ଦେଖିବାକୁ ମିଳିବ ନଣନ୍ଦ-ଭାଉଜ ଲଢ଼େଇ ।
ମଧ୍ୟପ୍ରଦେଶ ଗୁନାରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସର ବରିଷ୍ଠ ନେତା ୟାଦଭେନ୍ଦ୍ର ରାଓ ଦେଶରାଜଙ୍କ ସହ ମୁକାବିଲ ହେବ । ୨୦୧୯ରେ କଂଗ୍ରେସର ପ୍ରାର୍ଥୀ ହୋଇ ବିଜେପିର କୃଷ୍ଣଲାଲଙ୍କଠୁ ପରାଜିତ ହୋଇଥିଲେ ସିନ୍ଧିଆ ।

ଏଥରକ ଚିତ୍ର ବଦଳିବା ସହ ବିଜୟକୁ ନେଇ ସେ ଅଧିକ ଆଶାୟୀ ଅଛନ୍ତି ଦକ୍ଷିଣଭାରତରେ ବିଜେପିର ବଡ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦଯୋଶୀ ନିଜ ପାରମ୍ପାରିକ ଆସନ ଧରୱାଡ ସଂସଦୀୟ ଆସନରୁ ପ୍ରାର୍ଥ ହୋଇଛନ୍ତି । ୨୦୦୪ରୁ ଏହି ଆସନରେ କ୍ରମାଗତ ବିଜୟ ହୋଇ ଯୋଶୀ ରେକର୍ଡ କରିଛନ୍ତି ।ଉତରପ୍ରଦେଶର ହାଇପ୍ରୋଫାଇଲ ଆସନ ମୈନପୁରୀରୁ ଏଥରକ ଲଢ଼ିବେ ଡିମ୍ପଲ ଯାଦବ । ମୁଲାୟମ ସିଂଙ୍କ ବୋହୁ ତଥା ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀଙ୍କୁ ମିଳିଛି ଟିକେଟ । ମୁଲାୟମଙ୍କ ହେହାନ୍ତ ପରେ ଉପନିର୍ବାଚନରେ ଡିମ୍ପଲ ଏହି ଆସନରୁ ନିର୍ବାଚନ ଜିତି ରାଜନୈତିକ ଡେବ୍ୟୁ କରିଥିଲ । ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ପୁଅ ରାଘବେନ୍ଦ୍ର ମଧ୍ୟ ଭାଗ୍ୟପରୀକ୍ଷା ଦେବେ ।