ସରଗରମ ନିମାପଡା ରାଜନୀତି । ବିଧାୟକ ସମୀର ଦାଶଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତା’ ଉପରେ ସମସ୍ତଙ୍କ ନଜର ।

1,828

କନକ ବ୍ୟୁରୋ: କ’ଣ କରିବେ ନିମାପଡ଼ା ବିଧାୟକ ସମୀର ଦାଶ? ବିଜେଡିରୁ ଟିକେଟ୍ ନମିଳିବା ପରେ ଅସନ୍ତୁଷ୍ଟ ଥିବା ସମୀର ଦାଶଙ୍କ ପରିବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା । ଗତକାଲି ନିର୍ବାଚିତ ପ୍ରତିନିଧିଙ୍କ ସହ ୩ ହଜାରରୁ ଅଧିକ କର୍ମୀ ଦଳ ଛାଡିବା ନେଇ ଲିଖିତ ଭାବେ ଜଣାଇଛନ୍ତି । ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ଦଳକୁ ୧୨ ଘଣ୍ଟିିଆ କଣ୍ଟ ଦେଇଛନ୍ତି । ଏହାରି ଭିତରେ ଚର୍ଚ୍ଚା ବଢାଇଛି ସମୀର ଦାଶଙ୍କ ଟ୍ୱିଟ୍ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସମସ୍ତଙ୍କୁ ହୃଦୟରୁ ସାଧୁବାଦ ଦେଇଛନ୍ତି । ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍ ପାଇଁ ଆଶୟୀ ଥିଲେ ସମୀର ଦାଶ । ମାତ୍ର ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଯାହାକୁ ନେଇ ସମୀରଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ଅନ୍ୟପଟେ ସମୀର ଦାଶଙ୍କ ସମର୍ଥକ ଏକାଠି ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦିଲ୍ଲୀପ ନାୟକଙ୍କ ସମର୍ଥକ । ସମୀରଙ୍କ ସମର୍ଥକ ଇସ୍ତଫା ଦେଲେ କୌଣସି ଫରକ ପଡ଼ିବ ନାହିଁ ବୋଲି କହିଛନ୍ତି । ଦିଲ୍ଲୀପ ନାୟକ ନିମାପଡ଼ା ଲୋକଙ୍କ ପ୍ରିୟ ହୋଇ ରହିବେ । ତାଙ୍କ ପାଖରେ ଏବେ ବି ୨୬ ସରପଂଚ ଓ ୨୮ ସମିତି ସଭ୍ୟ ରହିଥିବା କହିଛନ୍ତି ।