ପୁଲିସ ଟାର୍ଗେଟରେ କେକେବିଏନ: ଯବାନଙ୍କ ଗୁଳିରେ ଟଳିପଡିଲେ ସଙ୍ଗଠନ ମୁଖ୍ୟ ଦାସରୁ

199

କନକ ବ୍ୟୁରୋ: ଆନ୍ଧ୍ର ଓଡିଶା ସୀମା ବା ଏଓବି ଅଂଚଳରେ ମାଓ ଦୁର୍ଗ ପତନ ପରେ ଏବେ ଓଡିଶା ର ମଧ୍ୟ ଭାଗ ଉପରେ ମାଓବାଦୀଙ୍କ ନଜର । କେକେବିଏନ ନାଁ ରେ ନୁଆ କରିଡର ଗଠନ କରି କନ୍ଧମାଳ, କଳାହାଣ୍ଡି, ବୌଧ ଓ ନାୟାଗଡ ଆଦି ଅଂଚଳ ରେ ମାଓ ସାମ୍ରାଜ୍ୟ କୁ ବିସ୍ତାର କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ମାଓ ସଂଗଠନ । ଆଗାମି ସାଧାରଣ ନିର୍ୱାଚନ କୁ ଭଣ୍ଡୁର କରିବା ଲାଗି କେକେବିଏନ ମାଓବାଦୀ ମାନେ ଉଦ୍ୟମ କରୁ ଥିବା ବେଳେ ଗତ ଶନିବାର ବାଲିଗୁଡା ଏନକାଉନ୍ଟର ପରେ କେକେବିଏନ ଡିଭିଜନ ବ୍ୟାକଫୁଟରେ । କାରଣ ଯବାନ ଙ୍କ ଗୁଳିରେ ଟଳି ପଡିଛି କେକେବିଏନ ର ଟପ୍ ମାଓ ନେତା ଦାସୁରୁ । ତଥାପି କିନ୍ତୁ କେକେବିଏନ ଅଂଚଳରେ ସୁରୁଖର ନିର୍ୱାଚନ କରାଇବା ପୁଲିସ ପାଇଁ ଏକ ପଡ ଚ୍ୟାଲେଂଜ ।

ଆନ୍ଧ୍ର-ଓଡିଶା ସୀମାରେ ସକ୍ରିୟ ଥିବା ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟି ବା ଏଓବି ଏକ ପ୍ରକାର ଲୋପ ପାଇବାକୁ ବସିଥିବା ବେଳେ କେକେବିଏନ ବା କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ ଅଂଚଳକୁ ନେଇ ଗତ କିଛି ବର୍ଷ ଧରି ଗଢି ଉଠି ଥିବା ମାଓ ଡିଭିଜନ ଏବେ ଓଡିଶା ପୁଲିସ ପାଇଁ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି । ସବ୍ୟସାଚୀ ପଣ୍ଡାଙ୍କ ଓଡିଶା ମାଓବାଦୀ ପାର୍ଟି ଦୁର୍ବଳ ହେବା ପରେ ମୁଣ୍ଡ ଟେକିଛି କେକେବିଏନ ଡିଭିଜନ ।

ଛତିଶଗଡ ସୁକୁମା ନିବାସୀ ତଥା ଡିଭିଜନାଲ କମିଟି ସଦସ୍ୟ ଡୁଡୁ ମଣ୍ଡାରୀ ଓରଫ ଦାସରୁ । ଛତିଶଗଡ ମାଓବାଦୀ ଆସ୍ତେ ଆସ୍ତେ ଗରିଆବନ୍ଧ ଓ ଓଡିଶାର ନୂଆପଡା ଦେଇ ଓଡିଶା ସୀମା ଭିତରକୁ ପ୍ରବେଶ କରି କେକବିଏନ ଡିଭିଜନ ଗଠନ କରିଥିଲେ । ଆଉ ଏହାର ନେତୃତ୍ୱ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇ ଥିଲେ ଦାସରୁ । ଦାସରୁ କେବଳ ଓଡିଶା ରେ ବହୁ ହତ୍ୟାକାଣ୍ଡ ଘଟାଇ ଥିବା ବେଳେ ତାଙ୍କ ନାଁ ରେ ୨୦ ରୁ ଅଧିକ ମାମଲା ରହିଛି । ଦାସରୁ ନାଁ ରେ ଓଡିଶାରେ ୫ ଲକ୍ଷ ଟଙ୍କା ଓ ଛତିଶଗଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଦାସୁରୁ ପୂର୍ବରୁ ଅନେକ ଥର ପୁଲିସକୁ ଚକମା ଦେଇ ଥିବା ବେଳେ ଗତ ଶନିବାର କନ୍ଧମାଳ ବାଲିଗୁଡା ଥାନା କାମ୍ବେରିକିଆ ଜଂଗଲ ଏନକାଉଂଟରରେ ଟଳିପଡିଛି ।

କନ୍ଧମାଳ. କଳାହାଣ୍ଡି, ବୌଦ୍ଧ, ନୟାଗଡ ସହ ନୂଆପଡା, ଗଂଜାମ, ଗଜପତି, ରାୟଗଡା ଜିଲ୍ଲାରେ ସୀମାବର୍ତୀ ଅଂଚଳକୁ ନେଇ ଗଢି ଉଠିଥିଲା କେକେବିଏନ ଡିଭିଜନ । ଆଉ ଏହି ସବୁ ଅଂଚଳରେ ମାଓବାଦୀ ମନେ କ୍ରମାଗତ ଭାବେ ହିଂସାକାଣ୍ଡ ଘଟାଇ ନିଜ ଉପସ୍ଥିତି ଜାରି କରି ଆସୁ ଥିଲେ । ଆଗକୁ ସାଧାରଣ ନିର୍ବାଚନକୁ ଭଣ୍ଡୁର କରିବା ଲାଗି ଏହି ସବୁ ଅଂଚଳରେ ମାଓବାଦୀ ମାନେ ବୈଠକ କରି ଲୋକଙ୍କୁ ପ୍ରବର୍ତ୍ତାଇବା ସହଧମକ ଚମକ ଦେଉଥିବ।। ଗୁଇନ୍ଦା ତଥ୍ୟ ମିଳିଥିଲା । ଆଉ ଏହାକୁ ଆଧାର କରି କାମ୍ବେରିକିଆ ଅଂଚଳରେ ଅପରେସନ ଆରମ୍ଭ କରି ଥିଲେ ଡିଭିଏଫ ଓ ଏସଓଜି ଯବାନ ।

ପୁର୍ବରୁ ମାଓବାଦୀ ଆନ୍ଧ୍ର- ଓଡିଶା ସୀମାରେ କୋରାପୁଟ, ମାଲକାନଗିରି ଅଂଚଳକୁ ନିଜ ମୁକ୍ତାଂଚଳ ଭାବେ ବ୍ୟବହାର କରୁ ଥିଲେ । ଆଉ ଏଠାରେ ସଂଗଠନ ଦୁର୍ବଳ ହେବା ପରେ ମାଓବାଦୀଙ୍କ ଫୋକସରେ ରହିଛି କେକେବିଏନ ଡିଭିଜନ ।