ଭୟଙ୍କର ଜଙ୍ଗଲ ନିଆଁରେ ଜଳୁଛି ଚିଲି: ଜଙ୍ଗଲ ଠାରୁ ଘରବାଡି ସବୁ ପୋଡି ପାଉଁଶ

109

କନକ ବ୍ୟୁରୋ: ଭୟଙ୍କର ନିଆଁରେ ଜଳୁଛି ଚିଲି । ଜଙ୍ଗଲଠାରୁ ଘର ଦ୍ୱାର ସବୁ କିଛି ପୋଡି ପାଉଁଶ ହୋଇ ଯାଇଛି । ସମଗ୍ର ଦେଶଟି ଏବେ ନିଆଁ କବଳରେ । ଜଙ୍ଗଲି ଜୀବଜନ୍ତୁ ଜିଅନ୍ତ ଦଗ୍ଧ ହୋଇଛନ୍ତି । ଘରଦ୍ୱାର ପୋଡି ଯିବାକୁ ଶତାଧିକ ମୃତ୍ୟୁ ବରଣ କରିଛନ୍ତି । ଚିଲିର ସ୍ଥିତି ଏତେ ଭୟଙ୍କର ରହିଛି ଯେ, ଦେଶରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି ଚିଲି ସରକାର ।

ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ଏବେ ଘରଦ୍ୱାର ସବୁ ପୋଡି ପାଉଁଶ କରି ଦେଇଛି । ହୁତୁ ହୁତୁ ହୋଇ ଜଳି ଚାଲିଛି ଜଙ୍ଗଲ ଠାରୁ କୋଠାବାଡି । ଶହ ଶହ ସଂଖ୍ୟାରେ ଘର, ଗାଡି ସବୁ ପୋଡି ଜଳି ନଷ୍ଟ ହୋଇ ଯାଇଛି । ଜଙ୍ଗଲ ନିଆଁଯେ, ଏତେ ଭୟଙ୍କର ହେବ ସେ କଥା କେହି କଳ୍ପନା କରି ପାରୁ ନାହାଁନ୍ତି । ଅଗ୍ନିଶମ ବାହିନୀ ଲଗାତାର ଭାବେ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦୁଇ ଦିନ ତଳେ ଜଙ୍ଗଲରେ ଲାଗିଥିବା ନିଆଁ ଜନବସତି ମୁହାଁ ହୋଇ ସବୁ ପୋଡି ପାଉଁଶ କରିଦେଇଛି । ଏଥିରେ ମୃତ୍ୟୁ ସଂଖ୍ୟା ଶହେ ଟପି ଥିବାବେଳେ ଏବେ ଆହୁରି ଅନେକ ଲୋକ ନିଖୋଜ ଥିବା ସୂଚନା ରହିଛି ।

ମଧ୍ୟ ଚିଲିରେ ଜଙ୍ଗଲ ନିଆଁ ଭୟଙ୍କର ରୂପ ନେଇଛି । ଜଙ୍ଗଲରେ ନିଆଁ ଲାଗିବା କାରଣରୁ ଶହ ଶହ ସଂଖ୍ୟାରେ ପଶୁ ପକ୍ଷୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ୧୪ ଶହ ଘର ପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ବିନା ଜେଲ୍ ମାର ଓ ଭାରପରାଇସୋ ଅଂଚଳରେ ନିଆଁର ପ୍ରକୋପ ଅଧିକ ରହିଛି । ଏ ଅଂଚଳରେ ମୃତ୍ୟୁ ସଂଖ୍ୟା ବି ଅଧିକ ରହିଛି । ଲୋକଙ୍କ ଘର ଦ୍ୱାର ଗାଡି ଆସବାବ ପତ୍ର ସବୁକୁ ନିଆଁ ଗ୍ରାସ କରିଛି । ନିଆଁର ପ୍ରକୋପ ଦେଖି ଅନେକ ଲୋକ ଏ ସ୍ଥାନ ଛାଡି ଅନ୍ୟତ୍ର ଚାଲି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ନିଆଁ ଆୟତ ହେଉନଥିବାରୁ ସମଗ୍ର ଦେଶରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି ଚିଲି ସରକାର । ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ କହିଛନ୍ତି, – ଜଳବାୟୁ ପରିସ୍ଥିତି ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଛି । ତାପମାତ୍ର ଅଧିକ ଥିବା ସହ ପବନର ବେଗ ବଢ଼ୁଥିବାରୁ ନିଆଁକୁ କାବୁ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଠିନ ପରିସ୍ଥିତି ସୃଷ୍ଟି କରିଛି ।

ନିଆଁର ପ୍ରକୋପ କମ ହେଉ ନଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ । ସେପଟେ ଏହି ଭୟଙ୍କର ଅଗ୍ନିକାଣ୍ଡ ପ୍ରକୃତି ଦତ ନା ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଯାଇଛି, ତାହା ଜଣା ପଡିନାହିଁ । ପରସ୍ଥିତି ନିୟନ୍ତ୍ରଣକୁ ଆସିଲେ ସେନେଇ ତଦନ୍ତ କରାଯିବ ବୋଲି ଚିଲି ସରକାର କହିଛନ୍ତି ।