ବାଇକକୁ ପିଟିଲା ଗଞ୍ଜେଇ ବୋଝେଇ କାର : ଜଣେ ମୃତ, ୨ ଗୁରୁତର ମେଡିକାଲରେ ଭର୍ତ୍ତି

286

କନକ ବ୍ୟୁରୋ : ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ଗଞ୍ଜେଇ । ଦୁର୍ଘଟଣା ଘଟାଇ କାର ଚାଳକ ଫେରାର ହୋଇଯାଇଥିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡିଛି । ଖୋର୍ଦ୍ଧା ବୋଲଗଡ ବ୍ରହ୍ମପୁରା ଛକ ନିକଟରେ ଏହିି ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ପରେ ଘଟଣାସ୍ଥଳରୁ କାର୍ ଚାଳକ ଫେରାର ହୋଇଯାଇଛି ।

ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ବୋଲଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁଗୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କାରରେ ଗଞ୍ଜେଇ ଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ବୋଲଗଡ ପୁଲିସ ଘଟଣାସ୍ଥଳରେ ପହଚିଂ ଗଞ୍ଜେଇ ଜବତ କରିବା ସହ ତଦନ୍ତ ଜାରି ରଖିଛି ।