କନକ ବ୍ୟୁରୋ : ୨୪ ତାରିଖ ଅପରାହ୍ନରେ ରେମୁଣା ଗୋଲେଇ ନିକଟରେ ହୋଇଥିବା ଗୁଳିମାଡ଼ ଓ ଜଣେ ଗୁରୁତର ହେବା ଘଟଣା । ଆଜି ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟେ ବନ୍ଧୁକ, ଗୁଳି, ବାଇକ, ସ୍କୁଟି ଓ ୭ଟି ମୋବାଇଲ ଜବତ ହୋଇଛି । ଗୁଳି ମାରିଥିବା ମୁଖ୍ୟ ଅଭିଯୁକ୍ତ ଜଣେ ପରିଚିତ ୟୁଟ୍ୟୁବର ଯାହାର ନାମ ଅନଟାଲେଣ୍ଟେଡ୍ ଗାୟ । ସୋସିଆଲ ମିଡିଆରେ ଗାଳି କରିଥାଏ ଏହି ୟୁଟ୍ୟୁବର । ସୋସିଆଲ ମିଡିଆରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଗୁଳି ଫୁଟିଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp