କେରଳର ୧୨ ଜିଲ୍ଲାରେ ପୁଣି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ : ସେପଟେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାସ୍ଥିତି ସମୀକ୍ଷା

20

କନକ ବ୍ୟୁରୋ : କେରଳରେ ଗତ କିଛି ଦିନ ହେଲାଣି ମୈାସୁମୀ ବର୍ଷା ଲାଗି ରହିଛି । ବର୍ଷାର ମାତ୍ରା ଏତେ ମାତ୍ରାରେ ଅଧିର ରହିଛି ଯେ ପୁରା କେରଳରେ ବର୍ତ୍ତମାନ ସମୟରେ ସାରା କେରଳ ବୁଡି ରହିଛି । ପ୍ରବଳ ବର୍ଷା ଓ ଭୂସ୍ଫଳନ ହେତୁ ବର୍ତ୍ତମାନ ସମୟରେ ସରକାରୀ ଭାବରେ ୯୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକଙ୍କ ଘରେ ବର୍ଷା ପାଣି ଜମିରହିଥିବା କାରଣରୁ ଲୋକମାନେ ଘରଦ୍ୱାର ଛାଡି ଉଚ୍ଚସ୍ଥାନକୁ ପଳାଇ ଯାଇଛନ୍ତି । ରାଜ୍ୟରେ ୨୮୫୭ ଆଶ୍ରୟ ସ୍ଥଳୀରେ ପାଖାପାଖି ୧,୬୫,୫୩୮ଜଣ ଲୋକଙ୍କୁ ଆଶ୍ରୟ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ୩୩୯୩ ହେକ୍ଟର ଚାଷଜମୀରେ ଫସଲ ନଷ୍ଟ ହୋଇଛି । ସେଣ୍ଟ୍ରାଲ କେରଳରେ ପରିବହନ ବ୍ୟବସ୍ଥା ପୂରା ଅଚଳ ହୋଇ ପଡିଛି ।

 

ପ୍ରବଳ ପାଣିରେ କୋଚି ବିମାନବନ୍ଦର ବୁଡି ରହିଥିବାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବିମାନବନ୍ଦରକୁ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଛି । ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଂ ଥିବା ସମସ୍ତ ୩୫ ଡ୍ୟାମରେ ପାଣି ଭର୍ତ୍ତି ହୋଇ ରହିଛି । ତେବେ ମିଳିଥିବା ଶେଷ ଅନୁସାରେ କେରଳରେ ୨୦୮ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୯୨୪ ମସିହା ପରଠାରୁ ପ୍ରଥମଥର କରି ୨୦୧୮ ମସିହାରେ ଏପରି ଭୟାନକ ବର୍ଷା ହୋଇଥିବା ଚର୍ଚ୍ଚା ହୋଇଛି । କେରଳ ସରକାର କାସରଗୋଡ ଜିଲ୍ଲାକୁ ଛାଡି ଦେଲେ ଅନ୍ୟ ସମସ୍ତ ଜିଲ୍ଲାର ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ଏହାସହ ରାଜ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି ।

 

ଭୟଙ୍କର ବର୍ଷା ଲାଗି ରାଜ୍ୟର ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଛି ତେଣୁ ଲୋକମାନେ ସଠିକ ଭାବରେ ଖାଦ୍ୟସାମଗ୍ରୀ ପାଇ ପାରୁନଥିବା ସୂଚନା ମିଳିଛି । ଏପରିକି ସେଠାକାର ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ବନ୍ଦ କରାଯାଇଛି । ତେବେ କେରଳ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି । ତେଣୁ ଲୋକମାନେ ବର୍ତ୍ତମାନ ସମୟରେ ଚିନ୍ତାରେ । କିନ୍ତୁ ସରକାର ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିବା ସହ ଲୋକନମାନଙ୍କ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।