ରାଜନଗରରେ ଅଗ୍ନିକାଣ୍ଡ ! ନିଆଁରେ ଜଳିଗଲା ୧୨ ବଖରା ଘର

326

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଅଗ୍ନିକାଣ୍ଡ । ଜଳିଗଲା ୧୨ବଖରା ଘର । ଘଡିଆମାଳ ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଏହି ଗାଁର ପର୍ଶୁରାମ ସାହୁ ଶୋଇଥିବା ସମୟରେ ଘରେ ନିଆଁ ଲାଗିଥିଲା ।

ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ କେଉଁ କାରଣ ପାଇଁ ନିଆ ଲାଗିଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ତେବେ ଏହି ଅଗ୍ନିକାଣ୍ଡରେ ଅନେକ କ୍ଷୟକ୍ଷତି ହୋଇଛି । ନିଆଁ ଲାଗିଯିବାକୁ ଅନେକ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ କ୍ଷତି ହୋଇଥିବା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।