ଲ୍ୟାଣ୍ଡର ବିକ୍ରମକୁ ନାସା ପୂର୍ବରୁ ପ୍ରଥମେ ଇସ୍ରୋର ଅର୍ବିଟର କରିଥିଲା ଠାବ । ଦାବି କଲେ ଇସ୍ରୋ ମୁଖ୍ୟ କେ ଶିଭନ ।

228

କନକ ବ୍ୟୁରୋ : ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର୍‌କୁ ଠାବ କରିଥିବା କଥା ମଙ୍ଗଳବାର ଦିନ ନାସା କହିବା ଓ ଫଟୋ ରିଲିଜ୍‌ କରିବା ପରେ ଇସ୍ରୋ ମୁଖ୍ୟ କେ ଶିବନ ଦାବି କରିଛନ୍ତି ଯେ ଭାରତୀୟ ମହାକାଶ ଏଜେନ୍ସିର ନିଜ ଅର୍ବିଟର୍‌ ଲ୍ୟାଣ୍ଡର୍‌କୁ ଠାବ କରିଥିଲା ଏବଂ ଏ ବିଷୟରେ ୱେବସାଇଟ୍‌ରେ ଘୋଷଣା କରାଯାଇଛି ।

ଶିବନ କହିଛନ୍ତି: ଆମ ନିଜ ଅର୍ବିଟର୍‌ ବିକ୍ରମ ଲ୍ୟାଣ୍ଡର୍‌କୁ ଠାବ କରିଥିଲା, ଏ ପ୍ରସଙ୍ଗରେ ଆମେ ୱେବସାଇଟ୍‌ରେ ଘୋଷଣା କରିସାରିଛୁ, ଆପଣମାନେ ଦେଖି ପାରନ୍ତି । ମଙ୍ଗଳବାର ଦିନ ନାସା କହିଛି ଯେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଥିବା ତା’ର କୃତ୍ରିମ ଉପଗ୍ରହ ସେପ୍ଟେମ୍ବର ମାସରେ ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଚନ୍ଦ୍ରଯାନ-୨କୁ ଠାବ କରିଛି । ଲ୍ୟାଣ୍ଡର୍‌ର ଇମ୍ପାକ୍ଟ୍‌ ସାଇଟ୍‌ର ଫଟୋ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ସ୍ପେସ୍‌ ଏଜେନ୍‌ସି ନାସା ରିଲିଜ୍‌ କରିଛି । କିନ୍ତୁ, ସେପ୍ଟେମ୍ବର ୧୦ ତାରିଖରେ ଅପ୍‌ଡେଟ୍‌ ହୋଇଥିବା ଇସ୍ରୋର ୱେବସାଇଟ୍‌ରେ ଲେଖା ଅଛି: ଚନ୍ଦ୍ରଯାନ-୨ର ଅର୍ବିଟର୍‌ ବିକ୍ରମ ଲ୍ୟାଣ୍ଡର୍‌କୁ ଠାବ କରିଛି, କିନ୍ତୁ କୌଣସି ଯୋଗାଯୋଗ ହୋଇ ପାରିନି । ଲ୍ୟାଣ୍ଡର୍‌ ସହ ଯୋଗସୂତ୍ର ସ୍ଥାପନ କରିବା ନିମନ୍ତେ ସମସ୍ତ ସମ୍ଭାବ୍ୟ ଉଦ୍ୟମ କରାଯାଉଛି ।