ହାଇଆଲର୍ଟରେ ରଜୌରୀ ଏବଂ ପୁଞ୍ଚ, ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା। 

141

କନକ ବ୍ୟୁରୋ: କାଶ୍ମୀରର ରଜୌରୀ ଏବଂ ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇଆଲର୍ଟ ଘୋଷଣା କରାଯାଇଛି । ଆତଙ୍କବାଦୀ ସେନା କ୍ୟାମ୍ପ, ଥାନା ଅଥବା ଧାର୍ମିକସ୍ଥଳରେ ଆକ୍ରମଣ କରିବା ନେଇ ସତର୍କ କରାଯାଇଛି । ରଜୌରୀରେ ତିନିଦିନ ପୂର୍ବରୁ ସେନା ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲ । ତେବେ ସେହି ସମୟରେ ୩ରୁ ୪ ଆତଙ୍କବାଦୀ ସେଠାରୁ ଖସିଯାଇଥିଲେ । ସେପଟେ ଗୁଳିବିନିମୟରେ ୨ ଜଣ ନିହତ ହୋଇଥିଲେ ।

ଗୁଳିବିନିମୟରେ ଦେଶର ୪ ଯବାନ ସହିଦ ହୋଇଥିଲେ । ସେନା କ୍ୟାମ୍ପ ନିକଟରେ ଏହି ଆକ୍ରମଣ ହୋଇଥିଲା । ତେବେ ବିଶ୍ୱସ୍ଥ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସୀମାପାରରୁ ଆତଙ୍କବାଦୀ ଦଳ ରଜୌରୀ-ପୁଞ୍ଚରେ ପ୍ରବେଶ କରିସାରିଛନ୍ତି । ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ରହିଛନ୍ତି । ସମସ୍ତେ ଲସ୍କର-ଏ-ତୋଏବାର ସଦସ୍ୟ ।