ଦର୍ଶକ ମହଲରେ ଫେଲ ମାରିଲା ବଲିଉନ୍ କ୍ୱିନଙ୍କ ‘ସିମରନ’ ! ଜାଣନ୍ତୁ କେତେ ରହିଛି ସିନେମାର ତୃତୀୟ ଦିନର ଆୟ

37

ଦର୍ଶକ ମହଲରେ କଙ୍ଗନା ରାଣାୱତଙ୍କ ସିନେମା ‘ସିମରନ’ ଯେତିକି ଆଶା କରାଯାଉଥିଲା ସେପରି ପ୍ରଦର୍ଶନ କରିପାରିନାହିଁ । ବଲିଉଡ଼୍ କ୍ୱିନଙ୍କ ସିନେମାର ଜବରଦସ୍ତ ପ୍ରମୋସନ ପରେ ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିପାରି ନାହିଁ । ସିଧା କଥାରେ କହିବାକୁ ଗଲେ ଦର୍ଶକଙ୍କୁ ‘ସିମରନ’ ଆକର୍ଷିତ କିରପାରି ନାହିଁ । ସିନେମାର ଏପର୍ଯ୍ୟନ୍ତ ଆୟ ବିଷୟରେ କହିବାକୁ ଗଲେ ‘ସିମରନ୍’ ପ୍ରଥମ ୩ ଦିନରେ ମାତ୍ର ୧୦.୬୫ ଟଙ୍କା ଆୟ କରିପାରିଛି । ସୂଚନା ଅନୁସାରେ ‘ସିମରନ୍’ ପ୍ରଥମ ଦିନ ୨.୭୭ କୋଟି କରିପାରିଥିଲା । ଦ୍ୱିତୀୟ ଦିନରେ ୩.୭୬ ଏବଂ ତୃତୀୟ ଦିନ ୪.୧୨ କୋଟି ଟଙ୍କା ଆୟ ଆୟ କରିପାରିଛି ସିନେମା । ସବୁ ମିଶାଇ ସିନେମା ‘ସିମରନ’ ଏବେ ପର୍ଯ୍ୟନ୍ତ ମାତ୍ର ୧୦.୬୫ କୋଟି ଟଙ୍କା ଆୟ କରିପାରିଛି ।

kanganaଏହି ସିନେମା ରେ କଙ୍ଗନା ପ୍ରଫୁଲ୍ଲ କର ନାମକ ଜଣେ ମହିଳା ଭୂମିକାରେ ଅଭିନୟ କରିଛନ୍ତି । କଙ୍ଗନା ସିନମାର ପ୍ରମୋସନରେ କୌଣସି କମ କରିନଥିିଲେ । ଜୋରସୋନରେ ପ୍ରମୋସନ କିରବା ସତ୍ୱେ ଦର୍ଶକ ମହଲରେ ଫେଲ ମାରିଲା ବଲିଉଡ଼୍ କ୍ୱିନଙ୍କ ସିନେମା । ତେବେ ସିନେମାରେ କଙ୍ଗନାଙ୍କ ଅଭିନୟକୁ ସମେସ୍ତ ଖୁବ ତାରିଫ୍ କରୁଛନ୍ତି । ସୂଚନାଯୋଗ୍ୟ କଙ୍ଗନା ସିନେମା ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚିତ । ନିଜର ବିବାଦୀୟ ଟିପ୍ପଣୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ସବୁବେଳେ କିଛି ନାଁ କିଛି କାରଣ ଯୋଗୁଁ ଚର୍ଚ୍ଚାରେ ରହନ୍ତି । ନିଜର ବୋଲ୍ଡ ବୟାନବାଜୀ ଯୋଗୁଁ ବଲିଉଡ଼ରେ ତାଙ୍କର ଅନେକ ଶତ୍ରୁ ।

କଙ୍ଗନା ରାଣାୱତ ଗତ କିଛିଦିନ ତଳେ ସୁପରଷ୍ଟାର୍ ରିତିକ୍ ରୋଶନ୍ ଏବଂ ଆଦିତ୍ୟ ପାଞ୍ଚୋଲୀଙ୍କ ସହ ତାଙ୍କର ସଂପର୍କକୁ ନେଇ ଅଜବ ଖୁଲାସା କରିଥିଲେ । ତାକୁ ନେଇ ଜଣାଶୁଣା ବଲିଉଡ ଗାୟିକା ସୋନା ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏସଂପର୍କରେ ସୋନା ମହାପାତ୍ର ଫେସବୁକରେ ଏକ ଲମ୍ବା ପୋଷ୍ଟ ସେଆର୍ କରିଥିଲେ । ସୋନା ଲେଖିଥିଲେ ଯେ ସେ କଙ୍ଗନାଙ୍କର ଜଣେ ଫ୍ୟାନ୍ ଏବଂ ପୂର୍ବରୁ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରିଛନ୍ତି । କିନ୍ତୁ ଏବେ ଆପଣ ନିଜର ଯେଉଁ ବ୍ୟକ୍ତିଗତ କଥା ଏବଂ ଲଭ ଲାଇଫ ସଂପର୍କରେ ମିଡିଆରେ କହୁଛନ୍ତି ତାହା ଠିକ୍ ମନେ ହେଉନାହିଁ ।

ତେବେ ସୋନାଙ୍କ ସେହି ଚିଠିର ମୁହଁତୋଡ଼ ଜବାବ ଦେଇଥିଲେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ । ଏ ନେଇ ସୋନା ଫେସବୁକ ଲେଖିଥିଲେ, ସଫଳତା ପାଇଁ ପ୍ରମୋସନର ଆବଶ୍ୟକତା ନାହିଁ ।’ ସୋନାଙ୍କ ଏପରି ଚିଠିରେ ପ୍ରତିକ୍ରିୟା ଜଣାଇଥିଲେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ । ସେ ସୋନାଙ୍କୁ ଟ୍ୟାଗ୍ କରି ଲେଖିଥିଲେ, ‘ଯେତେବେଳେ କେହି ନିଜ ଆତ୍ମାର କଥା କହେ ତାକୁ ସର୍କସ ଭାବିବା ଅନୁଚିତ । ନାରୀ ଜାତି ପାଇଁ ତମେ ଏକ କଳାଦାଗ । ଏପରି ଅନେକ କଥା ସୋନାଙ୍କୁ ଶୁଣାଇଥିଲେ ରଙ୍ଗୋଲୀ ।