ବିବାହିତ ହୋଇ ମଧ୍ୟ ମଧୁବାଲାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

61

ବଲିଉଡ ନାୟିକା ମଧୁବାଲାଙ୍କୁ କିଏ ନଜାଣିଛି । ସିନେମା ଜଗତରେ ନିଜର ଦମଦାର ଅଭିନୟ ବଳରେ ମଧୁବାଲା ସୃଷ୍ଟି କରିଛନ୍ତି ଦର୍ଶକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ । ଖାଲି ସେତିକି ନୁହେଁ ମଧୁବାଲାଙ୍କୁ ମଧ୍ୟ ସୌନ୍ଦର୍ଯ୍ୟର ଗନ୍ତାଘର ଆଖ୍ୟା ଦିଆଯାଇଛି । ନିକଟରେ ମ୍ୟାଡ଼ାମ ତୁଷାଦ ମ୍ୟୁଜିୟମରେ ବଲିଉଡ଼ର ବିଗତ ଦିନର ପ୍ରଖ୍ୟାତ ଅଭିନେତ୍ରୀ ମଧୁବାଲାଙ୍କ ମହମ ମୂର୍ତ୍ତୀ ସ୍ଥାପନ କରାଯାଇଛି । ଯାହାକି ଲୋକପ୍ରିୟ ସିନେମା ‘ମୁଗଲେ ଆଜମ’ ରେ ମଧୁବାଲାଙ୍କ ଅନାରକଲୀ ଭୂମିକା ଦ୍ୱାରା ପ୍ରେରିତ ।

କୁହାଯାଏ, ମଧୁବାଲାଙ୍କ ସହ ଯିଏବି କାମ କରୁଥିଲେ ସେ ତାଙ୍କୁ ମନ ଦେଇ ବସୁଥିଲେ ଆଉ ଏହି ତାଲିକାରେ ପ୍ରେମାନନ୍ଦ, କେଦାର ଶର୍ମାଙ୍କଠାରୁ ଆରମ୍ଭ କରି ସୁପରଷ୍ଟାର ଦୀଲ୍ଲିପ କୁମାର, କିଶୋର କୁମାର ଭଳି ସୁପରଷ୍ଟାରଙ୍କ ନାମ ସ୍ଥାନ ପାଇଥିଲା । ଆପଣଙ୍କୁ ବୋଧେ ଏକଥା ଜଣା ନଥିବ କି ମଧୁବାଲାଙ୍କର ଏହି ପ୍ରେମିକଙ୍କ ତାଲିକାରେ ଆଉ ଜଣଙ୍କର ନାଁ ମଧ୍ୟ ଯୋଡି ହୋଇଯାଇଛି ଏବଂ ସେ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍ଫୀକ୍ୱର ଅଲୀ ଭୁଟ୍ଟୋ । ଯିଏକି ମଧୁବାଲାଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ ।

ସୂଚନା ମୁତାବକ, ବଲିଉଡ ଜଗତର ସବୁଠୁ ସୁନ୍ଦରୀ ନାୟିକା ମଧୁବାଲାଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ଶୁଣିବାକୁ ଓ ଦେଖିବାକୁ ମିଳେ । ଏଥିରେ ରହିଛି ମଧୁବାଲାଙ୍କ ଡାଏରୀ । ଯେଉଁଥିରେ ମଧୁବାଲାଙ୍କ ଅନେକ ରହସ୍ୟ ଲିଖିତ ରହିଥିଲା । ଯଦିଓ ମଧୁବାଲାଙ୍କର ନିଧନ ପରେ ତାଙ୍କ ବାପା ତାଙ୍କର ଏହି ଡାଏରୀକୁ ତାଙ୍କ ସହିତ ପୋତି ଦେଇଥିଲେ ମାତ୍ର ମଧୁବାଲାଙ୍କ ଉପରେ ଲିଖିତ ଅନେକ ପୁସ୍ତକଗୁଡିକୁ ଯେତେବେଳେ ବିଶ୍ଳେଷଣ କରାଯାଇଥିଲା ସେଥିରେ ମଧୁବାଲାଙ୍କୁ ନେଇ ବାହାରି ଥିଲା ଅନେକ ଅସ୍ପଷ୍ଟ କାହାଣୀ । ତେବେ ଏଥିରୁ ଗୋଟିଏ ହେଲା ଜୁଲ୍ଫୀକ୍ୱର ଅଲୀ ଭୁଟ୍ଟୋ ଏବଂ ମଧୁବାଲାଙ୍କ ମଧ୍ୟରେ ଗଢିଉଠିଥିବା ପ୍ରେମ ସଂପର୍କ ।

ଘଟଣାଟି ଥିଲା ସିନେମା ‘ମୁଗଲେ ଆଜମ’ର ସୁଂଟି ସମୟର । ଏହି ସମୟରେ ମଧୁବାଲା ଏବଂ ଦିଲ୍ଲୀପ କୁମାରଙ୍କ ମଧ୍ୟରେ ବ୍ରେକ୍ ଅପ ହୋଇଥିଲା । ଆଉ ଏହି ସମୟରେ ହିଁ ମଧୁବାଲାଙ୍କ ନିକଟବର୍ତ୍ତୀ ହୋଇଥିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍ଫୀକ୍ୱର ଅଲୀ ଭୁଟ୍ଟୋ ।

୫୦ର ଶେଷ ଦଶକରେ ଜୁଲ୍ଫୀକ୍ୱର ଅଲୀ ଭୁଟ୍ଟୋ ଉଭୟ ଭାରତ ଏବଂ ପାକିସ୍ତାନରେ ରହୁଥିଲେ । ଯଦିଓ ସେ ବିବାହିତ ଥିଲେ ହେଲେ ଏହା ସତ୍ତେ୍ୱ ବି ସେ ମଧୁବାଲା ଙ୍କ ପ୍ରେମରେ ପଡିଯାଇଥିଲେ । ମଧୁବାଲାଙ୍କ ସହିତ ସେ ଅନେକ ସମୟ ବିତାଇଥିଲେ । ଏପରିକି ଜୁଲ୍ଫୀକ୍ୱର ଅଲୀ ଭୁଟ୍ଟୋ ଲଂଚ ବି ମଧୁବାଲାଙ୍କ ସହ କରୁଥିଲେ । ମଧୁବାଲା ମଧ୍ୟ ଜୁଲ୍ଫୀକ୍ୱରଙ୍କ ସହିତ ଖୁବ୍ ଖୁସି ଥିଲେ । ହେଲେ ଉଭୟଙ୍କର ପ୍ରେମ କାହାଣୀ କିନ୍ତୁ ଅଧିକ ଦିନ ଯାଏଁ ତିଷ୍ଠି ରହିପାରିନଥିଲା । ଅର୍ଥାତ୍ ମଧୁବାଲା କିଶୋର କୁମାରଙ୍କୁ ବିବାହ କରିଥିଲେ ଏବଂ ଜୁଲ୍ଫୀକ୍ୱର ସବୁଦିନ ପାଇଁ ପାକିସ୍ତାନ ଚାଲି ଯାଇଥିଲେ । ତେବେ ଉଭୟଙ୍କ ମଧ୍ୟରେ କାହିଁକି ବିଚ୍ଛେଦ ହୋଇଥିଲା ତାର କାରଣ ଏକ ରହସ୍ୟ ହୋଇ ରହିଯାଇଛି । ପରବର୍ତ୍ତି ସମୟରେ ଜୁଲ୍ଫୀକ୍ୱର ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେହିପରି ମଧୁବାଲା ରୋଗରେ ପୀଡିତ ହୋଇ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ।

ସୌଜନ୍ୟ: ଜନସତ୍ତା