ଜିଓ ଲଞ୍ଚ କଲା ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍, କେତେ ଟଙ୍କାରୁ ମିଳିବ ୫ଜି ଡାଟା? ଜାଣନ୍ତୁ ଡିଟେଲ୍ସ

52,318

କନକ ବ୍ୟୁରୋ: ସବୁଠୁ ଶସ୍ତାରେ ମିଳିବ ୫ ଜି ଡାଟା! ଜିଓ ଘୋଷଣା କଲା ନୂଆ ପ୍ଲାନ୍ ଜିଓ ନୂଆ ରିଚାର୍ଜ ପ୍ଳାନ୍ ଘୋଷଣା କରିଛି । ଯାହାର ଦାମ୍ ମାତ୍ର ୬୧ ଟଙ୍କା । ଏହି ପ୍ଲାନରେ ୟୁଜର୍ସକୁ ୫ଜି ଡାଟା ମିଳିବ । କମ୍ପାନୀ ଏହି ପ୍ଲାନ୍ ସେହି ୟୁର୍ସଙ୍କ ପାଇଁ ଘୋଷଣା କରିଛି ଯେଉଁମାନେ ୫ଜିକୁ ଅପଗ୍ରେଡ କରିବାକୁ ଚାହୁଁଛନ୍ତି । ଆସନ୍ତୁ ଜାଣିବା ଏହି ପ୍ଲାନର ପୁରା ଡିଟେଲ୍ସ ।

ଏମିତି ତ କମ୍ପାନୀର ଅଧିକାଂଶ ପ୍ଲାନ୍ ୫ଜି ଏଲିଜିବିଲିଟି ସହିତ ଆସୁଛି । କିନ୍ତୁ କିଛି ରିଚାର୍ଜରେ ୟୁଜର୍ସଙ୍କୁ ୪ଜି ଡାଟା ହିଁ ମିଳୁଛି । ଏହି ୟୁଜର୍ସମାନେ ଜିଓର ନୂଆ ପ୍ଲାନକୁ କିଣି ୫ଜିକୁ ଅପଗ୍ରେଡ୍ କରିପାରିବେ । ଦେଶରେ ୫ଜି ଲଞ୍ଚ ହେବା ପରେ ଗ୍ରାହକ ଏହାର ସବୁ ସୁବିଧା ପାଇବାକୁ ଅପେକ୍ଷା କରିଛନ୍ତି । ହେଲେ କମ୍ପାନୀ ଏନେଇ କିଛି ଅଲଗା ବା ସ୍ୱତନ୍ତ୍ର ପ୍ଲାନ୍ ଲଞ୍ଚ କରିନାହିଁ । କିନ୍ତୁ କିଛି ରିଚାର୍ଜ ସହ ଗ୍ରାହକଙ୍କୁ ୫ଜି ଏଲିଜିବିଲିଟି ମିଳୁଛି । ଏପରି ସ୍ଥଳେ ଯେଉଁମାନଙ୍କୁ ୫ଜି ଲଊିଜିବିଲିଟି ମିଳୁନାହିଁ ସେମାନଙ୍କ ପାଇଁ କମ୍ପାନୀ ଏହି ୬୧ଟଙ୍କା ରିଚାର୍ଜ ପ୍ଲାନ୍ ଆଣିଛି ।

ଜିଓର ୬୧ଟଙ୍କିଆ ପ୍ଲାନ୍ ଫାଇଦା ୧୧୯ ଟଙ୍କା, ୧୪୯ ଟଙ୍କା, ୧୭୯ ଟଙ୍କା, ୧୯୯ ଟଙ୍କା ଓ ୨୦୯ ଟଙ୍କାରେ ମିଳିପାରିବ । ଏହାଠାରୁ ଅଧିକ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ୫ଜି ଏଲିଜିବିଲିଟି ମିଳିବ ।

୫ଜି ଅପଗ୍ରେଡର ଅର୍ଥ କ’ଣ?

ଯଦିଓ ଦେଶର ବିଭିନ୍ନ ସହରରେ ୫ଜି ଲଞ୍ଚ ହୋଇଛି, ଏହାର ଅର୍ଥ ନୁହେଁ ସମସ୍ତଙ୍କ ଫୋନରେ ୫ଜି ସୁବିଧା ମିଳିପାରିବ । ଯଦି ଆପଣଙ୍କ ପାଖରେ ୫ଜି ସ୍ମାର୍ଟଫୋନ୍ ଅଛି ଏବଂ ତା ସହ ଆପଣ ସେହି ଏରିଆ ଭିତରେ ଅଛନ୍ତି, ତେବେ ଯାଇ ଆପଣଙ୍କୁ ୫ଜି ନେଟୱାର୍କ ମିଳିପାରିବ । କମ୍ପାନୀର ୫ଜି ସର୍ଭିସ୍ ବ୍ୟବହାର କରିବାକୁ ଆପଣଙ୍କୁ ‘ଜିଓ ୱେଲକମ୍ ଅଫର୍’ ଥିବା ଆବଶ୍ୟକ । ଏହି ଅଫରରେ କମ୍ପାନୀ ଅନଲିମିଟେଡେ୍ ୫ଜି ଡାଟାର ଆକ୍ସେସ୍ ଦେଉଛି । ଏହା ଇନଭାଇଟ୍ ବେସଡ୍ ଅଫର ଅଟେ । ‘ମାଇଁ ଜିଓ’ ଆପକୁ ଯାଇ ଏଥିପାଇଁ ରେଜିଷ୍ଟର କରିପାରିବେ ।

୪ଜି ତୁଳନାରେ ୫ଜିର ସ୍ପିଡ୍ ୫ରୁ ୧୦ଗୁଣ ଅଧିକ । ୪ଜିର ସ୍ପିଡ୍ ସେକେଣ୍ଡ ପିଛା ୧୦ରୁ ୧୦୦ ଏମବିପିଏସ ଥିବାବେଳେ ୫ଜିର ସ୍ପିଡ୍ ସେକେଣ୍ଡ ପିଛା ୩୦୦ରୁ ୧୦୦୦ ଏମବିପିଏସ୍ ରହିଛି । ୫ଜି ସେବା ଆରମ୍ଭ ହେବା ପରେ ଇଏ ହେଉଛି ଯୁବପୀଢ଼ିଙ୍କ ମଧ୍ୟରେ ଉତ୍ସାହ । କିଏ ‘ଆପ୍’ ଡାଉନଲୋଡ୍ କରି ଇଂଟରନେଟ’ର ସ୍ପିଡ୍ ଯାଞ୍ଚ କରୁଛନ୍ତି ତ ଆଉ କିଏ ଭିଡିଓ କେମିତି ଚାଲୁଛି ପରୀକ୍ଷା କରି ଦେଖୁଛନ୍ତି । ତେବେ ସର୍ବସାଧାରଣ ଏହି ସୁବିଧା ପାଇବାକୁ ଆହୁରି କିଛି ଦିନ ଲାଗିବ ବୋଲି କୁହାଯାଉଛି ।