ରାମଲୀଳା ମଞ୍ଚରେ ଚାଲିଥିଲା ଆଳତି, ମଞ୍ଚ ଉପରେ ଟଳିପଡିଲେ ମହାଦେବ ଶିବ ଚରିତ୍ର

265

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଜୌନପୁରରୁ ଆସିଛି ହୃଦୟବିଦାରକ ଖବର । ଏଠିକାର ବେଲାସିନ୍ ଗାଁରେ ଚାଲିଥିଲା ରାମଲୀଳା । ଭଗବାନ୍ ଶିବଙ୍କର ଆଳତି କରୁଥିଲେ ପୂଜାରୀ । ହେଲେ ଏହି ସମୟରେ ଶିବ ଚରିତ୍ରରେ ଥିବା ବ୍ୟକ୍ତିଙ୍କୁ ହେଲା ହୃଦଘାତ । ଫଳରେ ମଞ୍ଚ ଉପରେ ହିଁ ଟଳିପଡିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
କଳାକାରଙ୍କ ମୃତ୍ୟୁରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଥିଲା । ଶିବଙ୍କ ଚରିତ୍ରରେ ଅଭିନୟ କରୁଥିବା ଏହି କଳାକାର ଗତ ୫ ବର୍ଷ ହେବ ଏହି ଚରିତ୍ରରେ ନିଖୁଣ ଅଭିନୟ କରିଆସୁଥିଲେ । ମଞ୍ଚ ଉପରେ ତାଙ୍କର ମୃତ୍ୟୁ ଘଟଣାକୁ ସେଠାରେ ଥିବା ଜଣେ ଯୁବକ ମୋବାଇଲରେ କଏଦ କରିବା ପରେ ଏବେ ଏହା ସୋସିଆଲ ମିଡିଆରେ ଘୁରିବୁଲୁଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଭଗବାନ୍ ଶିବଙ୍କ ବେଶ ଧାରଣ କରିଥିବା ଚରିତ୍ରଙ୍କର ଆଳତି ହେଉଛି । ଏହିସମୟରେ ସେ ହଠାତ୍ ମଞ୍ଚରେ ପଡିଯାଉଛନ୍ତି । ତାଙ୍କୁ ଲୋକେ ହସ୍ପିଟାଲ ନେଇଯାଇଥିଲେ ବି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।