ମହାବାତ୍ୟା ‘ଗୁଜବ’ କି ? ଏ ନେଇ କ’ଣ କହିଲା ପାଣିପାଗ ବିଭାଗ

592

କନକ ବ୍ୟୁରୋ : ବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ପରାମର୍ଶ । ଏ ନେଇ ଟ୍ୱିଟ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ସୂଚନା ଜାରି କାରିନାହିଁ । ଏନେଇ କୌଣସି ପୂର୍ବାନୁମାନ କରିନଥିବା ଟ୍ୱିଟ କରି ସୂଚନା ଜାରି କରିଛି । ବାତ୍ୟା ନେଇ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ତେବେ ବଙ୍ଗୋପସାଗରରେ ଅନ୍ୟାନ୍ୟ ମଡେଲ ମହାବତ୍ୟା ନେଇ ସତର୍କ କରିଛନ୍ତି ।

ଯଦିଓ ଭାରତୀୟ ପାଣିପାଗ ବିଭାଗ ବତ୍ୟା ଆଶଙ୍କାକୁ ଗୁଜବ ବୋଲି କହିଛି, କିନ୍ତୁ ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା କହିଛି ଆମେରିକାର ଜିଏଫଏସ ମଡେଲ ।

ଆମେରିକା ଜିଏଫଏସ ମଡେଲର ଆକଳନ : –

– ଅକ୍ଟୋବର ୨୫ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବା ସମ୍ଭାବନା
– ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ସୁପର ସାଇକ୍ଲୋନ ସୃଷ୍ଟି ହେବା ଆକଳନ
– ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ସୂଚନା
– ଅକ୍ଟୋବର ୧୭ରେ ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା
– ଯାହା ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଛି
– ଆସୁଥିବା ଏହି ବାତ୍ୟାର ନାମ ‘ସିତାରଙ୍ଗ’ ରଖାଯାଇଛି
– ଏହା ମହାବତ୍ୟାର ରୂପ ନେଇପାରେ ବୋଲି କହିଛନ୍ତିି ଗବେଷକ
– ଆନ୍ଧ୍ର-ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା
– ମହାବାତ୍ୟା ହେଲେ ଘଣ୍ଟା ପ୍ରତି ୨୨୦ରୁ ୨୫୦ କିମି ବେଗରେ ପବନ ବହିବ
– ବାତ୍ୟା ସମୟରେ ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚତାର ଜୁଆର ଆସିବ