ଜମ୍ମୁ କାଶ୍ମୀର ପୁଞ୍ଝରେ ବଡ଼ ଆତଙ୍କବାଦୀ ଆକ୍ରମଣ । ଆକ୍ରମଣରେ ବାୟୁସେନାର ଜଣେ ଯବାନ ସହିଦ, ୫ ଆହତ ।

148

କନକ ବ୍ୟୁରୋ: ନିର୍ବାଚନ ଭିତରେ ଜାମ୍ମୁ କାଶ୍ମୀର ପୁଞ୍ଝରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣେ ଏୟାରମ୍ୟାନଙ୍କୁ ଉଦମପୁରରେ ଥିବା କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଯବାନମାନେ ଦୁଇଟି ଗାଡିରେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିିତ ଭାବେ ଆକ୍ରମଣ କରିଥିଲେ ।

ସୂଚତା ମୁତାବକ, ଗତକାଲି ସନ୍ଧ୍ୟା ୬ଟା ୧୫ରେ ଜାମ୍ମୁ କାଶ୍ମୀର ପୁଞ୍ଝ ଜିଲ୍ଲାର ସୁରାନକୋଟ ଠାରେ ଆକ୍ରମଣ ହୋଇଛି । ତେବେ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡିଗୁଡିକୁ ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ବାୟୁସେନାର ଗାଡି ଉପାରକୁ ଶସସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ପୁଲିସ ଏବଂ ଯବାନ ମିଳିତ ଭାବେ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଚଳିତ ବର୍ଷରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପଛରେ ଆଇଏସଆଇଏସ୍ ଅବା ପାକିସ୍ତାନର ହାତ ଅଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ନିର୍ବାଚନ ସମୟରେ ଭାରତର ଛବି ମଳିନ କରିବାକୁ ଏଭଳି ଆକ୍ରମଣ କରାଯାଇଥିବା କୁହାଯାଉଛି ।