ରିଲ୍ସ ନିଶାରେ ଜୀବନ ଗଲା: ରାଉରକେଲା ବ୍ରାହ୍ମଣୀ ତାର୍କେରା ପମ୍ପ ହାଉସ ନଦୀ କୂଳରେ ରିଲ ସୁଟିଂ କରୁଥିବାବେଳେ ପଥର ଉପରୁ ଖସିଗଲା ଗୋଡ

99

କନକ ବ୍ୟୁରୋ: ରିିଲ୍ସ ନିଶାରେ ଚାଲିଗଲା ଜୀବନ । ଆଜି ସନ୍ଧ୍ୟାରେ ବ୍ର୍ାହ୍ମଣୀ ନଦୀ ତାର୍କୋରା ପମ୍ପ ହାଉସ ନଦୀ କୂଳରେ ରିଲ୍ସ କରିବାକୁ ଯାଇଥିବାବେଳେ ଦୁଇଜଣ ପ୍ରାଣ ହରାଇଛନ୍ତି । ଜଣେକୁ ଉଦ୍ଧାର କରାଯାଇଛି । ଆଜି ଅପରାହ୍ନରେ ପାୱାରହାଉସ ଲାଲ ବିଲଡିଂ ଅଂଚଳର ୩ ଜଣ ଯୁବକ ଏଠାରେ ରିଲ୍ସ ସୁଟିଂ କରୁଥିଲେ । ହେଲେ ଅସାବଧାନତା କାରଣରୁ ପଥରରୁ ଗୋଡ ଖସିଯାଇଥିଲା । ପ୍ରଖର ସ୍ରୋତ ଯୋଗୁଁ ସେମାନେ ପାଣିରେ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଏ ନେଇ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପଂହଚି ଦୁଇଜଣଙ୍କ ମୃତଶରୀର ଉଦ୍ଧାର କରିଛନ୍ତି । ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଛି ।