IAS ଟିନା ଡାବିଙ୍କ ଫଟୋ ଦେଖାଇ ଠକି ନେଉଥିଲେ ସାଇବର ଠକ । ସରକାରୀ ଅଧିକାରୀଙ୍କୁ କରିଥିଲେ ଟାର୍ଗେଟ

687

କନକ ବ୍ୟୁରୋ: କାହାକୁ ଛାଡୁନାହାଁନ୍ତି ସାଇବର ଠକ । ଏବେ ସୋସିଆଲ ମିଡିଆରେ ଏମାନେ କାୟା ବିସ୍ତାର କରୁଛନ୍ତି । ଦେଶର ବହୁ ଚର୍ଚ୍ଚିତ ଆଇଏଏସ୍ ତଥା ରାଜସ୍ଥାନର ଜୈସଲମେରରେ କଲେକ୍ଟର ଥିବା ଟିନା ଡାବିଙ୍କ ଫଟୋ ଦେଖାଇ ଜଣେ ସରକାରୀ ଅଧିକାରୀଙ୍କୁ ଠକିବାକୁ ଚେଷ୍ଟା କରୁଥିଲେ ସାଇବର ଠକ୍ । ହେଲେ ଉପସ୍ଥିତ ବୁଦ୍ଧି ଯୋଗୁଁ ଠକିବାରୁ ଅଳ୍ପକେ ବର୍ତ୍ତିଲେ ଅଧିକାରୀ ।
ସୂଚନା ମୁତାବକ, ୟୁଆଇଟି ସେକ୍ରେଟାରୀ ସୁନୀତା ଚୌଧୁରୀଙ୍କ ହ୍ୱାଟ୍ସଅପ୍ ନମ୍ବରରେ ଏକ ମେସେଜ ଆସିଲା । ଏଥିରେ ଆଇଏଏସ୍ ଟିନା ଡାବିଙ୍କ ଡିପି ଥିଲା । ଯେଉଁଥିରେ ମେସେଜ ଜରିଆରେ ତାଙ୍କୁ ଆମାଜନ୍ ଗିଫ୍ଟ କାର୍ଡ ବିଷୟରେ ପଚରାଯାଇଥିଲା । କିନ୍ତୁ ଯେହେତୁ ଅଧିକାରୀ ଜଣକ ଆମାଜନ୍ ପ୍ରଡକ୍ଟ ବ୍ୟବହାର କରନ୍ତି ନାହିଁ, ତେଣୁ ସେ ଏହାକୁ ଗୁରୁତ୍ୱ ଦେଲେ ନାହିଁ । ବରଂ ଆଇଏଏସ୍ ଟିନା ଡାବିଙ୍କୁ ଫୋନ କରି କନଫର୍ମ ହେବାକୁ ଚାହିଁଲେ । ହେଲେ ଏପରି କୌଣସି ମେସେଜ୍ ପଠାଇନଥିବା କହିଥିଲେ ଟିନା ଡାବି ।ଏହାପରେ ଉକ୍ତ ମେସେଜ୍ ଆଧାରରେ ପୋଲିସରେ ମାମଲା ଦାଏର କରିଥିଲେ ଅଧିକାରୀ ।ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଆଜିକାଲି ସାଇବର ଠକେଇ ବଢିଚାଲିଥିବାବେଳେ ହ୍ୱାଟ୍ସଆପ୍ ଓ ଫେସବୁକକୁ ଠକେଇର ମୁଖ୍ୟ ମାଧ୍ୟମ କରୁଛନ୍ତି ।