ଆଜି ପଖାଳ ଦିବସ : କାଳିଆ ସାଆନ୍ତଙ୍କ ପାଖେ ଲାଗି ହେବ ପଖାଳ ଭୋଗ; ୫ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

181

କନକ ବ୍ୟୁରୋ : ଆଜି ପଖାଳ ଦିବସ । ପଖାଳ ଖାଲି ଓଡ଼ିଆଙ୍କ ପ୍ରିୟ ନୁହେଁ ବରଂ ମହାପ୍ରଭୁ ମଧ୍ୟ ନିତ୍ୟ ପଖାଳ ସମର୍ପଣ କରାଯାଏ । ମହାପ୍ରଭୁଙ୍କ ପାଖରେ ମଲ୍ଲିଫୁଲିଆ ପଖାଳ, ସୁବାସିତ ପଖାଳ, ଜିରା ପଖାଳ, ଚିପୁଡ଼ା ପଖାଳ ଓ ଘିଅ ପଖାଳ ପ୍ରସ୍ତୁତ ହୁଏ । ପଖାଳ ସଂସ୍କୃତିରୁ ଟଙ୍କା ତୋରାଣି ସୃଷ୍ଟି ହୁଏ ।

ଆଜି ପଖାଳ ଦିବସ ଉପଲକ୍ଷେ କାଳିଆ ସାଆନ୍ତଙ୍କ ପାଖେ ଲାଗି ହେବ ପଖାଳ ଭୋଗ । ସେପଟେ ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି । ଚୈତ୍ର- କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।