ଆନ୍ତର୍ଜାତୀୟ ଯୋଗଦିବସ : ମିଳିତ ଭାବେ ପାଳନ କଲେ ବେଦାନ୍ତ, ଭକ୍ତି ବେଦାନ୍ତ ଓ ଆମ୍ରି ହସ୍ପିଟାଲ

70

କନକ ବ୍ୟୁରୋ : ଚଳିତ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ବେଦାନ୍ତ ଆଲୁମିନିୟମ, ଭକ୍ତି ବେଦାନ୍ତ ଇନଷ୍ଟିଟ୍ୟୁଟ ଓ ଆମ୍ରି ହସ୍ପିଟାଲସ ତରଫରୁ ଯୋଗଦିବସ ପାଳନ କରାଯାଇଥିଲା । ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ସମ୍ପୃକ୍ତ ସଂସ୍ଥା ଗୁଡିକର ସଦସ୍ୟମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ “ଯୋଗ” କୁ ସାଧାରଣ ଲୋକମାନଙ୍କ ନିକଟରେ ପହଞ୍ଚାଇବାପାଇଁ ବେଦାନ୍ତ ପରି ଏକ ବୃହତ କର୍ପୋରେଟ ସଂସ୍ଥା ଭୁବନେଶ୍ୱର ସ୍ଥିତ କର୍ପୋରେଟ ହସ୍ପିଟାଲ ଓ ବୈଦିକ ଗବେଷଣା ପ୍ରତିଷ୍ଠାନ ସହ ମିଳିତଭାବେ ଉଦ୍ୟମ କରିଛନ୍ତି ।

ଅନୁଷ୍ଠିତ କାର୍ଯ୍ୟକ୍ରମର ସମ୍ପୂର୍ଣ ବିବରଣୀ ୟୁଟୁବ/ଟ୍ୱିଟର/ହ୍ଵାଟ୍ସଆପ/ଫେସବୁକ ଇତ୍ୟାଦି ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରିଦିଆଯିବ । ଯାହାଫଳରେ “ଯୋଗ”ର ଏକ ଦୃଢ ତଥା ବ୍ୟାପକ ସଚେତନତା ସୃଷ୍ଟି ହୋଇପାରିବ ଓ ବେଦାନ୍ତ ମଧ୍ୟ ଏହାର ଓଡିଶା ରେ ଥିବା ଝାରସୁଗୁଡା ଓ ଲାଞ୍ଜିଗଡ ସ୍ଥିତ ଉତ୍ପାଦନ ପ୍ଲାଣ୍ଟ ଗୁଡିକରେ ସ୍ୱତନ୍ତ୍ରଭାବେ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରିଛି ।

୨୦୧୫ ମସିହା ଠାରୁ, ପ୍ରତିବର୍ଷ ଜୁନ ୨୧ ତାରିଖକୁ “ଆନ୍ତର୍ଜାତୀୟ ଯୋଗଦିବସ” ରୂପେ ପାଳନ କରାଯାଇଥାଏ, ଯାହାକି ୨୦୧୪ ଜାତିସଂଘ ସାଧାରଣ ସଭାରେ ଅନୁମୋଦନ ଲାଭ କରିଥିଲା ।  ଯୋଗ ଏକ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଜୀବନଶୈଳୀ ଯାହାକି ମୂଳତଃ ଭାରତରୁ ସୃଷ୍ଟି ହୋଇଛି ଓ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୦୧୪ ମସିହା ଜାତିସଂଘ ଉଦ୍ବୋଧନ ଅବସରରେ ପରାମର୍ଶ ଦେଇଥିଲେ କି ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗଦିବସ ରୂପେ ପାଳନ କରାଯାଉ । କାରଣ ଏହି ଦିନଟି ଉତ୍ତର ଗୋଲାର୍ଦ୍ଧରେ ବର୍ଷର ସବୁଠାରୁ ବଡ଼ଦିନ ଏବଂ ପୃଥିବୀର ବିଭିନ୍ନ ଭାଗରେ ଏହାର ସ୍ୱତନ୍ତ୍ର ପ୍ରଭାବ ରହିଛି ।

ଭକ୍ତି ବେଦାନ୍ତ ମୁଖ୍ୟ ସ୍ୱାମୀ ଅଚ୍ୟୁତ କେଶବ ଦାସ ଯଥାର୍ଥରେ କହିଛନ୍ତି କି ଯୋଗ ହେଉଛି ସୁସ୍ଥତାର ପଥପ୍ରଦର୍ଶକ, ଯୋଗଶାସ୍ତ୍ର ବେଦର ଛ ଗୋଟି ଭାବ/ଶାଖା ମଧ୍ୟରେ ଅନ୍ୟତମ, ଯାହାକୁ ମଧ୍ୟ ବିଶ୍ୱର ପୁରାତନ ଧର୍ମଗ୍ରନ୍ଥ ରୂପେ ବିଚାର କରାଯାଇଥାଏ ଓ ଭକ୍ତି ବେଦାନ୍ତ ପ୍ରତିଷ୍ଠାନ ମୁଖ୍ୟ ଏବଂ ଯୋଗଗୁରୁ ଶ୍ରୀ ଅଭିଷେକ, ଡ଼ଃ ତପନ କୁମାର ଚାନ୍ଦଙ୍କୁ ତାଙ୍କର ଜନହିତକର କାର୍ଯ୍ୟ ପାଇଁ ଭୁୟସୀ ପ୍ରଶଂସା କରିଥିଲେ  ।

ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲର ନିର୍ଦ୍ଦେଶିକା ସୁଶ୍ରୀ ନିରଞ୍ଜନୀ ଚକ୍ରବର୍ତ୍ତୀ, ବେଦାନ୍ତ କୁ ପ୍ରଶଂସା କରିବା ଅବସରରେ କହିଥିଲେ କି ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା କ୍ଷେତ୍ରରେ ଆମ୍ରି ହସ୍ପିଟାଲ ବେଦାନ୍ତ ସହିତ ମିଳିତ ଭାବରେ ଲୋକହିତକର କାର୍ଯ୍ୟକ୍ରମ କରିବାପାଇଁ ପଦକ୍ଷେପ ନେବ ।

ବେଦାନ୍ତର ପ୍ରେସିଡେଣ୍ଟ ଡ଼ଃ ତପନ କୁମାର ଚାନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ କି “ଯୋଗ” ଆମ ଭାରତୀୟ ସାଧୁସନ୍ଥମାନଙ୍କର ଜୀବନଶୈଳୀର ଏକ ପ୍ରମୁଖ ଅଂଶ ଓ ଆମ୍ଭେମାନେ ସମସ୍ତେ ଏହାକୁ ଅଭ୍ୟାସ, ପ୍ରଚାର ଓ ପ୍ରସାର କରିବା ଆବଶ୍ୟକ । ଯୋଗ ସାଧାରଣ ଜନତାମାନଙ୍କର ସ୍ୱାସ୍ଥ୍ୟ ଓ ଜୀବନଶୈଳୀରେ ମାନ ବୃଦ୍ଧ କରିପାରିବ ।

 

ବେଦାନ୍ତର ସେକ୍ଟର ସିଇଓ ଶ୍ରୀ ରାହୁଲ ଶର୍ମା ବେଦାନ୍ତ କର୍ମଚାରୀମାନଙ୍କର ଶାରୀରିକ ଓ ମାନସିକ ଉନ୍ନତିପାଇଁ ଯୋଗ କୁ ମାଧ୍ୟମ କରିବାପାଇଁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ବେଦାନ୍ତ ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ଭବିଷ୍ୟତରେ ଏପ୍ରକାର ଅନେକ କାର୍ଯ୍ୟକ୍ରମ କରିବାପାଇଁ ଆଶାପ୍ରକାଶ କରିଥିଲେ ।