ରୋମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧୀ ମୂର୍ତ୍ତିରେ କଲେ ପୁଷ୍ପମାଲ୍ୟ ଅର୍ପଣ

120

କନକ ବ୍ୟୁରୋ: ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରୋମସ୍ଥିତ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ବାର୍ତ୍ତା ପାଳନ କରିବା ପାଇଁ ବଡ ସନ୍ଦେଶ ଦେଇଛନ୍ତି  । ଏଥିସହ ଗାନ୍ଧୀ ମୂର୍ତ୍ତି ନିକଟରେ ରୋମର ବରିଷ୍ଠ ଅଧିକାରୀ ଓ ପ୍ରବାସୀ ଓଡିଆଙ୍କ ସହ ଫଟୋ ଉଠାଇଛନ୍ତି ।

  • ପୋପଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ଦେଶର ନଜରରେ ପୋପ୍-ନବୀନ ଭେଟଘାଟ

ଦେଶରେ ଯେତେବେଳେ ଧର୍ମକୁ ନେଇ ରାଜନୀତି ଜାରି ରହିଛି, ସେତିକିବେଳେ ଇଟାଲୀରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୋପଙ୍କୁ ଭେଟିବା ଅନେକ ଗୁରୁତ୍ୱ ବହନ କରୁଛି । କାରଣ ଭାରତରେ ସଂଖ୍ୟାଲଘୁ ଧର୍ମାବଲମ୍ବୀମାନେ ନିର୍ଯାତନାର ଶିକାର ହେଉଥିବା ଅନ୍ତଜାର୍ତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଉ ଏତିକିବେଳେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୋପଙ୍କୁ ଭେଟି ଧର୍ମନିରପେକ୍ଷତାର ବାର୍ତ୍ତା ଦେବାକୁ ଉଦ୍ୟମ କରିବେ ବୋଲି କୁହାଯାଇଛି ।

  • ୧୯୮୯ରେ ପୋପଙ୍କୁ ଭେଟିଥିଲେ ଗିରିଧର ଗମାଙ୍ଗ
  • ଭେଟି ଦେଇଥିଲେ ପୋଷ୍ଟେଜ୍ ଷ୍ଟାମ୍ପ

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମଧ୍ୟ ପୋପକୁ ଭେଟିଥିଲେ । ୧୯୮୯ ମସିହାରେ ଗିରଧର ଟେଲିକମ୍ ମନ୍ତ୍ରୀ ଥିବା ବେଳେ ଇଟାଲୀ ଗସ୍ତରେ ଯାଇ ଭାଟିକାନରେ ପୋପ୍ ‘ଜନପଲ- ଟୁ’ଙ୍କୁ ଭେଟିଥିଲେ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ତେବେ ପୋପଙ୍କ ସହ ତାଙ୍କର ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି ସେ କହିଛନ୍ତି । ଏଥିସହ ନବୀନ କାହିଁକି ଭେଟୁଛନ୍ତି ଓ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ସେ ହିଁ କହିପାରିବେ ବୋଲି କହିଛନ୍ତି ଗମାଙ୍ଗ ।

ଇଟାଲୀରୁ ଫେରିବା ବାଟରେ ମିଡିଲ ଇଷ୍ଟ ଓ ଦୁବାଇରେ ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରୁ ଓଡିଶାକୁ ବଡ ଧରଣର ପୁଞ୍ଜିନିବେଶ ଆସିବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ତେବେ ନବୀନଙ୍କ ଏହି ବିଦେଶ ଗସ୍ତ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ପଟେ ଓଡିଶାକୁ ପୁଞ୍ଜିପତିଙ୍କୁ ଆକୃଷ୍ଠ କରିବେ ଓ ଅନ୍ୟପଟେ ପୋପଙ୍କୁ ଭେଟି ରାଜନୈତିକ ଗୋଟି ଚାଳନା କରିବେ ବୋଲି ଚର୍ଚ୍ଚା ହେଉଛି ।