ଫୁଟବଲ ଏକାଡ଼େମୀ ପ୍ରତିଷ୍ଠା ଦାବିରେ ଖେଳାଳିଙ୍କ ଅଭିନବ ପ୍ରତିବାଦ। ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ।

56

କନକ ବ୍ୟୁରୋ: ଆପଣମାନେ ଖେଳ ପଡ଼ିଆରେ ଫୁଟବଲ ଖେଳ ତ ନିଶ୍ଚୟ ଦେଖିଥିବେ । ଗାଁ ହେଉ ବା ସହରର ଖେଳ ପଡ଼ିଆରେ ଫୁଟବଲ ଖେଳାଳିଙ୍କ ଅନେକ ପ୍ରଦର୍ଶନ ଆମେ ଦେଖିଛୁ । କିନ୍ତୁ ଆଜି ଖେଳ ପଡ଼ିଆ ନୁହଁ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ଫୁଟବଲ ମ୍ୟାଚ୍ । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଦୃଶ୍ୟ ଦେଖି ମନରେ ଅନେକ ପ୍ରଶ୍ନ ଆସିଥିଲା ଯେ, ଖେଳପଡ଼ିଆ ଛାଡ଼ି ରାସ୍ତା ଉପରେ କାହିଁକିି ଫୁଟବଲ ଖେଳ । ଏଠି କୌଣସି ପ୍ରତିଯୋଗିତା ନୁହଁ ବରଂ ଚାଲିଛି ପ୍ରତିବାଦ । ଖେଳାଳିମାନେ ଫୁଟବଲ ଏକାଡେମୀ ଦାବିରେ କରିଛନ୍ତି ଏଭଳିି ନିଆରା ପ୍ରତିବାଦ ।

ମୟୂରଭଞ୍ଜର ଅଗ୍ରଣୀ ସଂଗଠନ ଭଞ୍ଜ ସେନା ପକ୍ଷରୁ ଆୟୋଜିତ ହୋଇଥିଲା ଏହି ପ୍ରତିବାଦ । ଏଥିରେ ଜିଲ୍ଲାର ଅନେକ ସ୍ଥାନରୁ ଖେଳାଳିମାନେ ପ୍ରତିବାଦରେ ଯୋଗଦେଇଥିଲେ । ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଫୁଟବଲ ଖେଳାଳି ।