ଘର ଭିତରେ ଚାଲିଥିଲା ମଦ କାରବାର । ଚଢଉ କରିବାକୁ ଯାଇ ହଟହଟା ହେଲେ ଅବକାରୀ ଟିମ୍ ।

65

କନକ ବ୍ୟୁରୋ: ଘର ଭିତରେ ଚାଲିଥିଲା ମଦ କାରବାର । ନକଲି ଓ ଚୋରା ମଦ ବିକୁଥିଲେ ଜଗଦଲପୁର ଗାଁ ଲୋକନାଥ ସାହୁ । ଗଞ୍ଜାମ ସଦର ଥାନା ଅଞ୍ଚଳରେ ଚାଲିଥିଲା ମଦ ବ୍ୟବସାୟ । ମଦ କାରବାର ନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଅବକାରୀ ବିଭାଗର ଟିମ୍ । କିନ୍ତୁ ବାହାରେ ପଡ଼ିଥିଲା ତାଲା ଆଉ ଭିତରେ ଲୁଚିଥିଲେ ମଦ ବ୍ୟବସାୟୀ । ଦୀର୍ଘ ୨ଘଣ୍ଟା କାଳ ଅପେକ୍ଷା କରିବା ପରେ ତାଲା ଭାଙ୍ଗି ଘରେ ପଶିଥିଲେ ଅବକାରୀ ବିଭାଗର କର୍ମଚାରୀ । ଏହା ପରେ ଜବତ ହୋଇଥିଲା ପେଟି ପେଟି ମଦ ବୋତଲ । ଘରେ ଥିବା ଏକ ଫ୍ରିଜ୍ ଭିତରୁ ମଦ ଜବତ ହୋଇଥିଲା ।