ଗଜଲଷ୍ମୀ ପୂଜା ପାଇଁ ସଜେଇ ହେଲାଣି ଢେଙ୍କାନାଳ। କରୋନା କଟକଣା ପରେ ପୂଜାକୁ ନେଇ ଉତ୍ସାହିତ ବିଭିନ୍ନ କମିଟି।

126

କନକ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । କରୋନା କଟକଣା ପାଇଁ ୨ ବର୍ଷ ହେଲା ଫିକା ପଡ଼ିଥିବା ଏହି ପୂଜା ଚଳିତ ବର୍ଷ ବେଶ ଧୂମଧାମରେ ପାଳନ କରାଯିବ । ଏଥିପାଇଁ ପୂଜା କମିଟି ଗୁଡ଼ିକର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ୯ତାରିଖରୁ ୧୮ ତାରିଖ ଯାଏଁ ଚାଲିବ ଏହି ପୂଜା । ସହରରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ । ମଣ୍ଡପ ଗୁଡ଼ିକର ସାଜସଜା ଓ ତୋରଣ ନିର୍ମାଣ କାମ ଜୋରଦାର ଚାଲିଛି । ମୂର୍ତ୍ତି କାମ ପାଖାପାଖି ୮୦ ପ୍ରତିଶତ ସରିଲାଣି । ଚଳିତ ବର୍ଷ ଲକ୍ଷ୍ମୀ ବଜାର ପୂଜା କମିଟି ହୀରକ ଜୟନ୍ତୀ ପାଳିନ କରୁଥିବା ବେଳେ ମୀନା ବଜାର, ଗଣେଶ ବଜାର, କୈବଲ୍ୟ ବଜାର, ଦେଉଳ ସାହି ପୂଜା ମଣ୍ଡପରେ ଚାନ୍ଦି ମେଢ ତିଆରି କରାଯାଉଛି ।

ସେହିପରି ଜୁବୁଲିଟାଉନ ଏକ ନମ୍ବର ଅଞ୍ଚଳରେ ପଲ୍ଳିଶ୍ରୀ ମେଳା ଓ ବୈଶାଖୀ ମେଳା ସାଜିବ ଅନ୍ୟ ଏକ ମୁଖ୍ୟ ଆକର୍ଷଣ । ପାଗ ଅନୁକୂଳ ରହିଲେ ୧୧ ଦିନରେ ୩୦ରୁ ୩୫ ଲକ୍ଷ ଜନସମାଗମ ହେବାର ଅନୁମାନ କରାଯାଉଛି ।