ତେଲକୋଇ ରେଞ୍ଜରେ ଘୁରି ବୁଲୁଛି ଆହତ ଦନ୍ତାହାତୀ : ଗୋଡ଼ରେ ଆଘାତ ଲାଗିଥିବାରୁ ଚାଲିପାରୁନି ହାତୀ

64

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ନିକଟ ବନବିହାରୀ ପୁର-ଦୁଲ୍ଲଭପୁର ଜୁଆଙ୍ଗ ସାହି ନିକଟରେ ଗୁରୁତର ଆହତ ଦନ୍ତାହାତୀ ଘୁରି ବୁଲୁଛି । ଦନ୍ତାର ଆଗ ଗୋଡରେ ଗଭୀର ଆଘତ ଲାଗିଥିବାରୁ ସେ ଠିକରେ ଚାଲି ପାରୁନଥିବା ଜଣାପଡିଛି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦନ୍ତା ହାତୀର ପିଛା କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଦୁଲ୍ଲଭପୁର ଗାଁ ନିକଟ କାଜୁ ବଗିଚାରେ ଅସୁସ୍ଥ ଦନ୍ତାକୁ ସ୍ଥାନୀୟ ଲୋକେ ଦେଖିଥିଲେ । ହାତୀଟି ଚାଲିନପାରି ଗୋଟିଏ ସ୍ଥାନରେ ଛିଡା ହୋଇରହିଥିଲା । ଲୋକେ ପାଟିକରିବାରୁ ଆଗ ଗୋଡକୁ ଘୋଷାରି ଘୋଷାରି ଜଙ୍ଗଲ ଆଡକୁ ଯାଇଥିଲା । ହାତୀର ଆଗ ଗୋଡରେ କୌଣସି ଧାରୁଆ ଜିନିଷ ପଶିଯାଇଥିବାରୁ ଠିକରେ ଚାଲିପାରୁନଥିବା  ସ୍ଥାନୀୟ ବାସିନ୍ଦା କହିଛନ୍ତି ।