୧୯ବର୍ଷରୁ କମ ବିଶ୍ୱକପ, ଅଷ୍ଟ୍ରେଲିଆ ବିରୋଧରେ ଭାରତ ଖେଳିବ ଫାଇନାଲ ମ୍ୟାଚ

558

କନକ ବ୍ୟୁରୋ : ଅଣ୍ଡର ୧୯ ବିଶ୍ୱକପର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଆଜି ପାକିସ୍ତାନକୁ ପରାଜିତ କରି ଅଷ୍ଟ୍ରେଲିଆ ଫାଇନାଲରେ ପହଂଚିଛି । ଏହାକୁ ମିଶାଇ ଷଷ୍ଠଥର ପାଇଁ ଅଷ୍ଟ୍ରେଲିଆ ଟିମ୍ ଫାଇନାଲରେ ପ୍ରବେଶ କରିଛି । ଏହା ମଧ୍ୟରେ ଦୁଇଥର ଭାରତ ସହ ମୁକାବିଲା ହୋଇଥିଲେ ବି ଦୁଇଥର ଯାକ ଅଷ୍ଟ୍ରେଲିଆ ପରାଜିତ ହୋଇଛି । ସେପଟେ ଭାରତ ନବମ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପର ଫାଇନାଲରେ ପହଂଚିଛି । ୧୯ ବର୍ଷରୁ କମ୍ ବିଶ୍ୱକପ ମ୍ୟାଚରେ ଭାରତ ସବୁଠାରୁ ମଜବୁତ ଟିମ୍ । ଭାରତ ମୋଟ ୫ ଥର ଫାଇନାଲରେ ବିଜୟୀ ହୋଇଛି ।

ଏହି କ୍ରମରେ ଫେବୃଆରୀ ୧୧ ତାରିଖ ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବେ । ଏହା ପୂର୍ବରୁ ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୨ ଥର ପରାଜିତ କରିଛି । ଯଦି ୧୧ ତାରିଖ ମ୍ୟାଚରେ ଭାରତ ବିଜୟୀ ହୁଏ ତେବେ ଏହା ଭାରତ ପାଇଁ ହାଟ୍ରିକ ବିଜୟ ହେବ । ସେପଟେ ଚଳିତ ଅଣ୍ଡର ୧୯ ବିଶ୍ୱକପରେ ଭାରତ ସମସ୍ତ ମ୍ୟାଚ ବିଜୟୀ ହୋଇ ଫାଇନାଲରେ ପହଂଚିଛି ।