ଏଏନଆଇକୁ ୫ଟି- ଅଧ୍ୟକ୍ଷ ପାଣ୍ଡିଆନଙ୍କ ଇଂଟରଭ୍ୟୁ । ବିଜେଡି-ବିଜେପି ସମ୍ପର୍କ ନେଇ ରଖିଲେ ସ୍ପଷ୍ଟୀକରଣ

415

କନକ ବ୍ୟୁରୋ : ବିଜେଡି ଗଠନାତ୍ମକ ବିରୋଧରେ ବିଶ୍ୱାସ କରେ । କିନ୍ତୁ ଓଡିଶା ବିଜେପି ଗଠନାତ୍ମକ ବିେରୋଧ କରୁନାହିଁ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତ ସମୟରେ ବିଜେଡି-ବିଜେପି ମଧ୍ୟରେ ସମ୍ପର୍କକୁ ନେଇ ହୋଇଥିବା ଅଭିଯୋଗର ସେ ଉତର ରଖିଥିଲେ । ପାଣ୍ଡିଆନ କହିଥିଲେ , ଦରକାର ବେଳେ ବିଜେଡିକୁ ବିରୋଧ କରିଛି ବିଜେଡି । ଏହାର ଉଦାହରଣ ଭାବେ ସେ କୃଷି ଆଇନ ଓ ଏନଆରସି କଥା କହିଥିଲେ । ରାହୁଲଙ୍କ ନ୍ୟାୟ ଯାତ୍ରା ଉପରେ ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ଏହା ଓଡିଶାରେ ପଂହଚିଛି ବୋଲି ସମ୍ଭବତଃ ଜାଣିନଥିବେ । ତେବେ ଏଥିରୁ କଂଗ୍ରେସକୁ ଯଦି କିଛି ଲାଭ ମିଳେ ଭଲ ହେବ । ରାଜ୍ୟରେ ତ୍ରିକୋଣୀୟ ମୁକାବିଲା ହେବ ବୋଲି ସେ କହିଛନ୍ତି । ଶ୍ରୀଜଗନ୍ନଥ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଥିଲା । ଏଥିପାଇଁ ସେ ରାଜନୈତିକ ରିସ୍କ ନେଇଥିଲେ । ପ୍ରକଳ୍ପକୁ ନେଇ ନକାରାତ୍ମକ ପ୍ରଚାର କରାଯାଉଥିଲା ବୋଲି ଅଭିଯୋଗ ଆଣିଛନ୍ତି ଭି.କେ.ପାଣ୍ଡିଆନ । ବ୍ୟୁରୋକ୍ରାଟରୁ ବିଜେଡି ନେତା ହେବାର ଯାତ୍ରା ସମ୍ପର୍କରେ ଭି.କେ ପାଣ୍ଡିଆନ କହିଥିଲେ, ଲୋକଙ୍କ ସେବା ପାଇଁ ଅନ୍ତରାତ୍ମା ଡାକିଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ ।